ରାଜଧାନୀରେ ଧାରଣାରତ ଗୃହରକ୍ଷୀଙ୍କୁ ପୋଲିସର ଲାଠିମାଡ ! ସାତ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ

22

କନକ ବ୍ୟୁରୋ : ଗୃହରକ୍ଷୀଙ୍କୁ ଘଉଡାଇଲା ପୁଲିସ । ଗତ ତିନି ଦିନ ହେଲା ଭୁବନେଶ୍ୱର ପିଏମଜିରେ ଧାରଣା ଦେଇଥିବା ଗୃହରକ୍ଷୀଙ୍କୁ ପୁଲିସ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି । ୭ଦଫା ଦାବି ନେଇ ଧାରଣାରତ ହୋମଗାର୍ଡଙ୍କୁ ଜୋରଜବରଦସ୍ତ ଉଠାଇବା ପାଇଁ ପୁଲିସ ଚେଷ୍ଟା କରିଥିବା ବେଳେ ଲାଠିଚାର୍ଜ ମଧ୍ୟ କରିଛି ।

ସୂଚନାଯୋଗ୍ୟ ରାଜଧାନୀ ରାଜରାସ୍ତାରେ ଗୃହରକ୍ଷୀମାନଙ୍କ ଆନ୍ଦୋଳନ କରୁଛନ୍ତି । ଶୀତ କାକର ସହି ରାତି ତମାମ ଶାନ୍ତିପୂର୍ଣ ଭାବେ ଆନ୍ଦୋଳନ ଜାରି ରଖିଛନ୍ତି ସାରା ଓଡିଶାର ୧୭ ହଜାରରୁ ଅଧିକ ଗୃହରକ୍ଷୀ । ଏପଟେ ଗୃହରକ୍ଷୀମାନେ ଆନ୍ଦୋଳନରେ ସାମିଲ ଥିବା ବେଳେ ରାଜ୍ୟର ସବୁ ଥାନା ଓ ଟ୍ରାଫିକ୍ ବ୍ୟବସ୍ଥା ଠପ୍ ହୋଇପଡିଛି । ୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଗୃହରକ୍ଷୀ ମହାସଙ୍ଘ । ସମାନ କାମକୁ ସମାନ ଦରମା, ବେତନ ବୃଦ୍ଧି, ସ୍ଥାୟୀ ନିଯୁକ୍ତି ଇତ୍ୟାଦି ଦାବି ନେଇ ଆନ୍ଦୋଳନରେ ବସିଥିବା ଗୃହରକ୍ଷୀ ।