ସିସିଟିଭି ଧରିଲା ଅପହରଣ ଉଦ୍ୟମର ଲାଇଭ ଭିଜୁଆଲ ! ଭୁବନେଶ୍ୱରରେ ଯୁବତୀଙ୍କ ବେକରେ ଛୁରୀ ଲଗାଇଲା ଯୁବକ

45

କନକ ବ୍ୟୁରୋ : ହଷ୍ଟେଲ ଆଗରେ ଛିଡା ହୋଇଛନ୍ତି ଯୁବତୀ । ଅପେକ୍ଷା କରିଛନ୍ତି – ଗେଟ୍ ଖୋଲିଲେ ଭିତରକୁ ଯିବେ । ମୋବାଇଲରେ ବ୍ୟସ୍ତ ଅଛନ୍ତି । ବାଇକକୁ ପାର୍କ କରି ରାସ୍ତାରେ ବୁଲୁଛି ଜଣେ ହେଲମେଟ୍ ପିନ୍ଧା ଯୁବକ । କିଛି ବୁଝିବା ଆଗରୁ ଆଗରୁ ଛୁରୀ ବାହାର କରି, ହଠାତ ଯୁବତୀଙ୍କ ଆଡକୁ ମାଡି ଆସୁଛନ୍ତି । ଯୁବତୀଙ୍କ ତଂଟିରେ ଛୁରୀ ଲଗାଇ ତାଙ୍କୁ ଅପହରଣ କରିବାକୁ ଉଦ୍ୟମ କରୁଛନ୍ତି । ଯୁବତୀଙ୍କ ସହ ଯୁବକର ଧସ୍ତାଧସ୍ତି ଚାଲିଛି । ଆଉ ଯୁବତୀଙ୍କ ଚିକ୍ରାର ଶୁଣି ଦୁର୍ବୃତ୍ତକୁ ଜଣକ ଯୁବତୀଙ୍କୁ ରାସ୍ତା ରଡରେ ଫୋପାଡି ଦେଇ, ବାଇକ ନେଇ ଖସି ପଳାଇବାକୁ ଉଦ୍ୟମ କରୁଛି । ରାସ୍ତାରୁ ଉଠି ଦୁର୍ବୃତ୍ତକୁ କାବୁ କରିବାକୁ ପ୍ରୟାସ କରୁଛନ୍ତି ଯୁବକ ଜଣକ । ହେଲେ ଦୁର୍ବୃତ୍ତକୁ ଚମ୍ପଟ ମାରିଛି ।

ଭୁବନେଶ୍ୱର ଆଚାର୍ଯ୍ୟ ବିହାର ପାଣିଟାଙ୍କି ନିକଟ ହଷ୍ଟେଲର ଏହି ଭିଜୁଆଲ ବୟାନ କରୁଛି ଆମ ଝିଅ ଏଠି କେତେ ସୁରକ୍ଷିତ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ । ହଷ୍ଟେଲ ଭିତରେ ପୁଲିସ ପସିଛି । ଚାଲିଛି ପଚରା ଉଚରା । ଯୁବତୀଙ୍କୁ ଅସଦାଚରଣ କରାଯାଇଛି ବୋଲି ସେ ନିଜ ବୟାନରେ କହିଛନ୍ତି । କିଏ ଏହି ହେଲମେଟ୍ ପିନ୍ଧା ଦୁର୍ବୃତ୍ତକୁ ? ଯୁବତୀଙ୍କ ସହ ତାର ସଂପର୍କ କଣ ? ସେ କାହିଁକି ଯୁବତୀଙ୍କୁ ଅପହରଣ କରିବାକୁ ଉଦ୍ୟମ କରୁଥିଲା? ନା ୟା ପଛରେ ରହିଥିଲା ଆଉ କିଛି ରହସ୍ୟ ?