ସ୍କୁଲ କୋଠାରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : କେନ୍ଦ୍ରୀୟ ବିଦ୍ୟାଳୟ-୩ର ପ୍ରିନ୍ସପାଲକୁ ଅଟକ ରଖିଲେ ଛାତ୍ରଛାତ୍ରୀ

288

କନକ ବ୍ୟୁରୋ : ସ୍କୁଲ କୋଠାରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ କେନ୍ଦ୍ରୀୟ ବିଦ୍ୟାଳୟ-୩ର ପ୍ରିନ୍ସପାଲକୁ ଅଟକ ରଖିଲେ ଛାତ୍ରଛାତ୍ରୀ । ସ୍ମୁଲ ଗେଟରେ ତାଲାପକାଇ ପ୍ରିନ୍ସପାଲଙ୍କୁ ଅଟକ ରଖିଛନ୍ତି । ପିଇଟି ଶିକ୍ଷୟିତ୍ରୀ ଭୁଲ ମାଗନ୍ତୁ ବୋଲି ପିଲାମାନେ ଦାବି କରିବା ସହ ସ୍କୁଲ କର୍ତୃପକ୍ଷ ନେଇଥିବା ନିଷ୍ପତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆନ୍ଦୋଳନ ପରେ ସମ୍ପୃକ୍ତ ପିଇଟି ଶିକ୍ଷୟିତ୍ରୀଙ୍କୁ ବଦଳି କରିଦେଇଥିଲେ ସ୍କୁଲ କର୍ତୃପକ୍ଷ ।

ଅଭିଯୋଗ ଅନୁସାରେ ୪ ଜଣ ଛାତ୍ର ଓ ୪ ଜଣ ଛାତ୍ରୀ ମିିଳିତ ଭାବେ ଏକ ଜନ୍ମଦିନ ଉତ୍ସବ ପାଳନ କରୁଥିଲେ । ଏହି ଘଟଣାକୁ ନେଇ ପିଇଟି ଶିକ୍ଷୟିତ୍ରୀ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଟାହିଟାପରା କରିବା ସହ ଅପଦସ୍ତ କରୁଥିଲେ । ଆଉ ଏହି ଘଟଣାକୁ ନେଇ ସ୍କୁଲର ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ ସ୍କୁଲ ପରିସରରେ ଥିବା ଏକ ଦୁଇ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେ ଏବେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।