ଭୁବନେଶ୍ୱର-ଜୁନାଗଡା ଟ୍ରେନରେ ନିଆଁ ! ସ୍ଲିପର କୋଚ ବଗି ନମ୍ବର ଏସ-୯ରେ ନିଆଁ ଲାଗିଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

29

କନକ ବ୍ୟୁରୋ : ଭୁବନେଶ୍ୱର ଜୁନାଗଡା ଟ୍ରେନରେ ନିଆଁ ।ସ୍ଲିପର କୋଚ ବଗି ନମ୍ବର ଏସ-୯ରେ ନିଆଁ ଲାଗିଛି । ତେବେ କିଛଇ ଅଘଟଣ ଘଟିନଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ଯାତ୍ରୀ । ଆନ୍ଧ୍ରପ୍ରଦେଶ ପଲାସା ନିକଯରେ ଗତକାଲି ବିଳମ୍ବିତ ରାତିରେ ଟ୍ରେନରେ ନିଆଁ ଲାଗିଥିବା ଟିଟି ଜାଣିବାକୁ ପାଇଥିଲା । ଏହା ପରେ ଅଗ୍ନି ନିରୋଧକ ସାହାଯ୍ୟରେ ନିଆଁକୁ ସଂଗେ ସଂଗେ ଆୟତ କରାଯାଇଥିଲା । କେହି ଦୁର୍ବୃତ୍ତ ଟ୍ରେନରେ ନିଆଁ ଲଗାଇ ଫେରାର ହୋଇଯାଇଥିବା ଆଶଙ୍କା କରାଯାଉଛି ।