ଗୋଟିଏ ଦିନରେ କରନ୍ତୁ ଦେବୀ ଦର୍ଶନ ! ରାଜଧାନୀର ବଡ ବଡ ପୂଜା ମଣ୍ଡପ ପାଇଁ ଆମେ ସାଜିବୁ ଆପଣଙ୍କ ଗାଇଡ୍ . . ପଢନ୍ତୁ କେଉଁଠୁ ଆରମ୍ଭ କରିବେ କେଉଁଠି ସାରିବେ

128

କନକ ବ୍ୟୁରୋ : ଚାଲିଛି ମହିଷାମର୍ଦ୍ଦିନୀ ମା’ ଦୁର୍ଗାଙ୍କ ପୂଜା । ଧରାବତରଣ କରିଛନ୍ତି ମା’ ଜଗଦଜନନୀ  ।  ଧରାପୃଷ୍ଠକୁ ଓହ୍ଲାଇବା ପରେ ଉତ୍ସବମୁଖର ହୋଇ ଉଠିଛି ପରିବେଶ । ସୁନା ଓ ରୁପାର ତାରକସି କାମ ପାଇଁ କଟକ ଦୁର୍ଗାପୂ୍ଜା ପସିଦ୍ଧ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରର ଆକର୍ଷଣ ହେଉଛି ବିଭିନ୍ନ ପ୍ରକାରର ତୋରଣ  । କହିବାକୁ ଗଲେ ରାଜଧାନୀର ପୂଜାମଣ୍ଡପ ମାନଙ୍କ ମଧ୍ୟରେ ଏକ ପ୍ରକାର ତୋରଣ ପ୍ରତିଯୋଗୀତା ଦେଖିବାକୁ ମିଳୁଛି । କେଉଁଠି ସୁଉଚ୍ଚ ରାଜପ୍ରସାଦର ତୋରଣ ତ ପୁଣି କେଉଁଠି ରେଳ ଜଙ୍କସନଠୁ ନେଇ ପାର୍ବତ୍ୟ ଭୂମିର ଥିମ୍ ସାଜସଜା  ।

POLICE-COMMISSIONER-OFFICEଚଳିତ ବର୍ଷ ରାଜଧାନୀର ପ୍ରାୟ ୧୭୨ଟି ମଣ୍ଡପରେ ପୂଜା ପାଇବେ ମା’ ଜଗଦମ୍ବା । ତେବେ ୧୭୨ଟି ପୂଜା ମଣ୍ଡପ ମଧ୍ୟରେ ଦୃଷ୍ଟି ଆକର୍ଷଣ କରିଛି ବରମୁଣ୍ଡା, ନୟାପଲ୍ଲୀ, ରସୁଲଗଡ଼, ବମିଖାଲ୍, ଝାରପଡା , ସହିଦ୍ ନଗର ଏବଂ ଷ୍ଟେସନ୍ ବଜାର । ଶାରଦୀୟ ଦୁର୍ଗାପୂଜା ସମୟରେ ହେବାକୁ ଥିବା ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ୍ କଟକଣା ଜାରିକରିଛି କମିସନରେଟ୍ ପୁଲିସ ।  ସନ୍ଧ୍ୟା ୪ରୁ ରାତି ୨ ଯାଏଁ କଟକଣା ଲାଗି ରହିବ । କୌଣସି ବଡ଼ ବଡ଼ ଗାଡ଼ି ଏହି ସମୟରେ ସହର ଭିତରକୁ ପ୍ରବେଶ କରିପାରିବ ନାହିଁ ବୋଲି କଟକଣା ଜାରି କରାଯାଇଛି ।

ଜାତୀୟ ରାଜପଥରେ ଗାଡି ରଖିଲେ ଦେବାକୁ ପଡିବ ଜରିମାନା । ଏଥିପାଇଁ ଫୋକସ ପଂଏଟରେ ରହିଛି ରସୁଲଗଡ, ବାଣୀବିହାର, ଜୟଦେବବିହାର, କଳ୍ପନା ଛକ , ରୂପାଲି ଛକ ଓ ଆଚାର୍ଯ୍ୟ ବିହାର । ଦଶହରା ସମୟରେ ପୂଜାମଣ୍ଡପ ପାଖରେ ଗାଡି ରଖିବାକୁ ହେବ, ଏନଏଚରେ ଗାଡି ରଖିଲେ ଜରିମାନା ଦେଖିବାକୁ ହେବ । ତେବେ ଗୋଟିଏ ଦିନରେ କିପରି କରିବେ ଦେବୀ ଦର୍ଶନ । ରାଜଧାନୀର ବଡ ବଡ ପୂଜା ମଣ୍ଡପ ପାଇଁ ଆମେ ସାଜିବୁ ଆପଣଙ୍କ ଗାଇଡ୍  । ପଢନ୍ତୁ କେଉଁଠୁ ଆରମ୍ଭ କରିବେ କେଉଁଠି ସାରିବେ  ।

Nayapaliସୁରୁଖୁରୁରେ ମା’ଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ତେବେ ଦୁଇ ଚକିଆ ଗାଡିରେ ପ୍ରଥମେ ବରମୁଣ୍ଡାରୁ ଆରମ୍ଭ କରନ୍ତୁ ଦର୍ଶନ । ବରମୁଣ୍ଡା ପରେ ଯିବେ ନୟାପଲ୍ଲୀ । ଚଳିତ ବର୍ଷ ନୟାପଲ୍ଲୀରେ ଝଲସିଛି ଗୁଜୁରାଟର  ଐତିହ୍ୟ । ବରୋଦାର ଭଦୋଦାରରେ ଥିବା ଲକ୍ଷ୍ମୀ ବିଳାସ ସ୍ଥାପତ୍ୟ ଦେଖିବାକୁ ଆଉ ଗୁଜୁରାଟ ଯିବାକୁ ପଡିବନି । ନୟାପଲ୍ଲୀ  ଦୁର୍ଗାପୂଜା ତୋରଣରେ ଏହି ରାଜପ୍ରସାଦ ତିଆରି କରାଯାଇଛି । ୧୨୦ ଫୁଟର ଓସାର ଓ ୮୫ ଫୁଟ ଉଚ୍ଚତା ବିଶିଷ୍ଟ ଲକ୍ଷ୍ମୀ ବିଳାସ ରାଜପ୍ରସାଦର ନମୂନା ଲୋକଙ୍କ ନିକଟରେ ପହଚାଂଇବାକୁ ପାଖାପାଖି ୧୦ ଳକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ୪୦ ଜଣ କାରିଗର ଏହାକୁ ପ୍ରସ୍ତୁତ କରିଛନ୍ତି ।

ଏହା ପରେ ସିଧା ଯିବେ ରସୁଲଗଡ  । ଏଠାରେ ଦେଖିବାକୁ ପାଇବେ ପ୍ରାକୃତିକ ବନରାଜି ଓ ଦାର୍ଜିଲିଂ ପାହାଡ  । ଯେଉଁଥି ପାଇଁ ଖର୍ଚ୍ଚ ହୋଇଛି ୧୦ଲକ୍ଷରୁ ଅଧିକ  ।

rasulgarhଏହାପରେ ରସୁଲଗଡ ଛକରୁ କଟକ – ପୁରୀ ରୋଡ୍ ଦେଇ ଯିବେ ବମିଖାଲ୍  । ଏବଂ ବମିଖାଲରୁ ଝାରପଡା  । ବଜେଟରେ ଏଥର ବାଜିମାତ କରିଛି ଝାରପଡ଼ା ଦୁର୍ଗାପୂଜା ସମିତି। ମୋଟ୍ ବଜେଟ୍ ଏଠାରେ ୪୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ‘କଳିଙ୍ଗ ଜଙ୍କ୍ସନ୍’ ଥିମ୍ ପାଇଁ କେବଳ ୨୨ ଲକ୍ଷ ଟଙ୍କା ଖର୍ଚ ହେଉଛି।  ଚଳିତ ବର୍ଷ ଝାରପଡା ପୂଜା ମଣ୍ଡପରେ ସୃଷ୍ଟି କରାଯାଇଛି ନିଆରା ପରିବେଶ । ତିଆରି ହୋଇଛି ରେଳ ଜଙ୍କସନ । ଜଙ୍କସନରେ ୩ଟି ଶୀତତାପ ନିୟନ୍ତ୍ରିତ ରେଳ ଡବା । ଆଉ ତା ଭିତରେ ଅବସ୍ଥାପିତ ହୋଇଛନ୍ତି ମା । ସେଠାରେ ରେଳ ଷ୍ଟେସନର ମାହୋଲ ସୃଷ୍ଟି କରାଯାଇଛି । କଳିଙ୍ଗ ଜଙ୍କସନରେ ମାଙ୍କୁ ଆବାହନ କରି ଏଥର ନୂଆ ଅଧ୍ୟାୟ ସୃଷ୍ଟି କରିଛି ଝାରପଡା ଦୁର୍ଗାପୂଜା ସମିତି । ବାଉଁଶ, କାଠ ବିଟ୍, ପ୍ଲାଏ, ଲୁହା ଫ୍ରେମ, ବାଲି, ଇଟା, ଟାଇଲ, ଫାଇବରକୁ ନେଇ ଏହାକୁ ପ୍ରସ୍ତୁତ କରାଯାଇଛି ।

ପୁରୁଣା ଷ୍ଟେସନ ବଜାରରେ ଏଥର ମୁଖ୍ୟ ତୋରଣରେ ମହାରାଷ୍ଟ୍ରର ଶିରିଡ ସାଇ ମନ୍ଦିରର ଅବିକଳ ନକଲ ପ୍ରସ୍ତୁତ କରାଯାଇଛି । ପୂଜା ବଜେଟ୍ ୩୪ ଲକ୍ଷ ଟଙ୍କା ରହିଥିବା ବେଳେ କେବଳ ଶିରିଡ଼ି ସାଇ ମନ୍ଦିର ଓ ଆଭ୍ୟନ୍ତରୀଣ ଜଗନ୍ନାଥ କାହାଣୀ ତୋରଣ ପାଇଁ ୧୫ଲକ୍ଷରୁ ଊର୍ଧ୍ୱ ଟଙ୍କା ଖର୍ଚ ହେଉଛି।

Sahidnagarଏହା ପରେ ସହିଦ୍ ନଗର ପୂଜା ଦେଖିବା ପାଇଁ ହେଲେ ଆପଣଙ୍କୁ ପୁରୁଣା ଷ୍ଟେସନ୍ ବଜାରରୁ କଳ୍ପନା ଦେଇ ଯିବେ ରାଜମହଲ । ରାଜମହଲରୁ ସିଧା ସହିଦ୍ ନଗର ପୂଜା ମଣ୍ଡପକୁ ଯାଇ ପାରିବେ । ଚଳିତ ବର୍ଷ ସହିଦନଗର ଦୂର୍ଗାପୂଜା ସମିତି ଏଥର ଶ୍ରଦ୍ଧାଳୁଙ୍କୁ ଥାଇଲାଣ୍ଡର ଅନୁଭୂିତ ଦେବାକୁ ଯାଉଛି । ତୋରଣରେ ଥାଇଲାଣ୍ଡ ବୁଦ୍ଧ ମନ୍ଦିରର ଝଲକ ଦେଖିବାକୁ ମିଳିଛି । ସନ ପ୍ୟାକ, ତାର ଜାଲି, ଓ ସୋଲରେ ତୋରଣ ନିର୍ମାଣ କରାଯାଇଛି । ୧୨୦ ଫୁଟ ଲମ୍ବା ଏବଂ  ୭୦ ଫୁଟ ଉଚ୍ଚତାର ଏହି ତୋରଣ ପାଇଁ ପାଖାପାଖି ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ତେବେ କୌଣସି ପ୍ରକାର ଭାରିଯାନ ନିମ୍ନଲିଖିତ ସଡ଼କ ଗୁଡ଼ିକରେ ଉପରୋକ୍ତ ଦିନ ଓ ସମୟସୀମା ଭିତରେ ଚଳପ୍ରଚଳ କରିବା ନିସେଦ୍ଧ –

– ଖଣ୍ଡଗିରି ଛକଠାରୁ ଜାଗମରା , ଗଣ୍ଡମୁଣ୍ଡା ମଧ୍ୟ ଦେଇ ପୋଖରୀପୁଟ୍ ପର୍ଯ୍ୟନ୍ତ

– ଫାୟାର ଟ୍ରେନିଂ ଛକ ଠାରୁ ପାଇକ ନଗର, ସିରିପୁର, ଗଙ୍ଗନଗର ମଧ୍ୟ ଦେଇ ଶିଶୁଭବନ ଛକ ପର୍ଯ୍ୟନ୍ତ

– ସିଆରପି ଛକଠାରୁ ଷ୍ଟିୱାର୍ଡ଼ ସ୍କୁଲ, ଡିଏଭି ସ୍କୁଲ ୟୁନିଟ୍ -୮ ମଧ୍ୟ ଦେଇ ପାୱାର ହାଉସ ପର୍ଯ୍ୟନ୍ତ

– ଜୟଦେବ ବିହାର କ୍ରସିଂ ଠାରୁ ରାଜଭବନ ଯାଇଥିବା ରାସ୍ତା ଭାୟା ବେହେରା ସାହି, ଶାସ୍ତ୍ରୀ ନଗର କ୍ରସିଂ ପର୍ଯ୍ୟନ୍ତ

– ଜୟଦେବ ବିହାର ଛକଠାରୁ ନନ୍ଦନକାନନ, ଜାଭିୟର, କଳିଙ୍ଗ ହସ୍ପିଟାଲ, ଡମଣା ଓ ପଟିଆ କ୍ରସିଂ ପର୍ଯ୍ୟନ୍ତ

– ଆଚାର୍ଯ୍ୟ ବିହାର ଛକଠାରୁ ନିକୋ ପାର୍କ, ପଟେଲ ମାର୍ଗ ହାଉସିଂ ବୋର୍ଡ଼, ରବୀନ୍ଦ୍ର ମଣ୍ଡପ ଏବଂ ଏଜି ଛକ ଦେଇ ନୂଆ ଏୟାରପୋର୍ଟ ପର୍ଯ୍ୟନ୍ତ ବଡ଼ ଗାଡ଼ି ଯିବ ନାହିଁ

– ଆଚାର୍ଯ୍ୟ ବିହାର ଛକଠାରୁ ସୈନିକ ସ୍କୁଲ ଦେଇ କଳିଙ୍ଗ ହସପିଟାଲ ପର୍ଯ୍ୟନ୍ତ

– ବାଣୀବିହାର ଛକଠାରୁ ରୂପାଲି, ସତ୍ୟନଗର, ରାମ ମନ୍ଦିର, ମାଷ୍ଟର କ୍ୟାଂଟିନ, ରାମ ମନ୍ଦିର ଓ ରାଜମହଲ ଛକ ଦେଇ ଶିଶୁଭବନ ପର୍ଯ୍ୟନ୍ତ

– ରସୁଲଗଡ଼ ଛକଠାରୁ ବମିଖାଲ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକିଜ, ସାମନ୍ତରାପୁର ମଧ୍ୟଦେଇ ଲିଙ୍ଗିପୁର ପର୍ଯ୍ୟନ୍ତ

– ବରମୁଣ୍ଡା ଠାରୁ ପଳାଶୁଣି ପର୍ଯ୍ୟନ୍ତ ଥିବା ଜାତୀୟ ରାଜପଥ ୧୬ ନମ୍ବରକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକରେ ମଧ୍ୟ ଏହି ବଡ଼ ଗାଡ଼ି ଚାଲିବ ନାହିଁ ।