ସ୍ମାର୍ଟ ସିଟିରେ ଜୁଆ ଆଡ୍ଡା ! ପୁଲିସ ଆଖିରେ ଧୂଳି ଦେଇ ବାଜି ଲାଗୁଥିଲା ଲକ୍ଷ ଲକ୍ଷ ଟଙ୍କା

31

କନକ ବ୍ୟୁରୋ : ପାର୍ବଣ ପୂର୍ବରୁ ସ୍ମାର୍ଟ ସିଟିର ଜୁଆ ଆଡ୍ଡା ଉପରେ ଚଢାଉ । ଭୁବନେଶ୍ୱର କଲିଙ୍ଗ ବିହାର ଅଂଚଳରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଛଇ କମିଶନରେଟ ପୁଲିସ । ଦୀର୍ଘଦିନ ଧରି ଏମଆଇଜି ୱାନ୍ ୩୭୯ ପ୍ଲଟରେ ଜୁଆ ଆଡ୍ଡା ଚାଲିଥିବା ନେଇ ପୁଲିସ ପାଖକୁ ଖବର ଆସିଥିଲା । ଆଜି ହଠାତ୍ କୁଇକ୍ ଆକ୍ସନ ଟିମ୍ ଓ ତମାଣ୍ଡୋ ପୁଲିସ ମିଳିତ ଚଢାଉ କରିଛି । ୧ଲକ୍ଷ ୪୩ ହଜାର ନଗଦ ଟଙ୍କା ସହ ୧୩ ଜଣଜ ଜୁଆଡିଙ୍କୁ ଗିରଫ କରାଯାଇଛି । ତେବେ ଆଗକୁ ଦଶହରା ଥିବାରୁ ପୁଲିସ ପକ୍ଷରୁ ଏହିଭଳି ଅପରେସନ୍ ଜାରି ରହିଛି ।