ସ୍ମାର୍ଟ ସିଟିରେ କୋଟିପତି ବ୍ୟବସାୟୀଙ୍କ ଘରେ ନିଆଁ ! ଗୋଟିଏ ପରିବାରର ୫ ଜଣ ଜୀବନ୍ତ ଦଗ୍ଧ

38

କନକ ବ୍ୟୁରୋ : ଭୁବନେଶ୍ୱରରେ ଭୟାବୟ ଅଗ୍ନିକାଣ୍ଡ । ଶୋଇଥିବାବେଳେ ଘରେ ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ୫ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳରେ ଥିବା ପାଲ୍ ହାଇଟ୍ସ ମାଲିକ ସତପାଲ ସିଂହଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି ।

୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଆହତଙ୍କୁ କ୍ୟାପିଟାଲ ମେଡିକାଲାରେ ଭର୍ତ୍ତି କରାଯାଇଛି । ଏହି ଅଗ୍ନିକାଣ୍ଡରେ ସତପାଲ ସିଂହଙ୍କ ସାନପୁଅ, ବୋହୁ, ନାତି, ନାତୁଣି ଓ ଜଣେ ସହାୟିକାଙ୍କ ମୃତ୍ୟୁ ହୋଇଛି । ପୁଅ ଗଗନ ପାଲ ସିଂ , ବୋହୁ ଭାବନା ସିଂ, ନାତି ରୁବିର ସିଂ , ନାତୁଣୀ ସୁଭାବୀ ସିଂ ଓ ଘରେ କାମ କରୁଥିବା ସହାୟିକା ଖୁସି ଦାସଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମର ଅନୁଧ୍ୟାନ ।

ଭୋରରୁ ନିଆଁ ଲାଗିଥିବାରୁ ଶୋଇଥିବା ଅବସ୍ଥାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛି  ।