ନିଆଁ ଲାଗି ୫ ଜଣଙ୍କ ମୃତ୍ୟୁ ଘଟଣାରେ ସାଂଘାତିକ ଦିଗ ! ବଂଚିଥିବା ଅବସ୍ଥାରେ ଡାକ୍ତରଖାନା ଆସିଥିଲେ ଚାରି ବର୍ଷର ରୁବୀର, ଚିକିତ୍ସା ନକରି ରେଫର୍ କରିଦେଲା ହସ୍ପିଟାଲ

41

କନକ ବ୍ୟୁରୋ : ଶୋକାକୂଳ ପରିବେଶରେ ସହପାଠୀ ରୁବିର ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସ୍କୁଲର ଛାତ୍ରଛାତ୍ରୀ । ବୁଧବାର ସ୍କୁଲ ଆସିଥିଲା କିନ୍ତୁ ଗୁରୁବାର ସେ ଆଉ ଏ ଦୁନିଆରେ ନଥିଲା । ଗୁରୁବାର ଭୋର ୫ଟା । ପାଲ ହାଇଟ୍ସ ମାଲିକ ସତପାଲ ସିଂଙ୍କ ଘରେ ନିଆଲାଗିବା ପରେ ଗୁରୁତର ହୋଇପଡିଥିବା ତାଙ୍କର ୧୨ ବର୍ଷର ନାତୁଣୀ ଓ ୪ବର୍ଷର ନାତିଙ୍କୁ ଆଣି ଭୁବନେଶ୍ୱର ଲକ୍ଷ୍ମୀସାଗର ସନସାଇନ ହସ୍ପିଟାଲରେ ପହଂଚିଥିଲା ପୋଲିସ୍ ।

ହେଲେ ନାତୁଣୀଙ୍କୁ ମୃତ ଘୋଷଣା କରିଥିଲେ ହସ୍ପିଟାଲର ଜରୁରୀ କାଳୀନ ଡାକ୍ତର । କିନ୍ତୁ ନାତି ରୁବିର ସିଂ ଜୀବିତ ଥିଲେ ଅବଶ୍ୟ ଅବସ୍ଥା ଗୁରୁତର ଥିଲା । କିନ୍ତୁ ଡାକ୍ତର ତାଙ୍କୁ ଚିକିତ୍ସା ନକରି ପଠାଇଦେଲେ । ବର୍ଣ୍ଣ ଆଇସିୟୁ ନଥିବା କାରଣ ଦର୍ଶାଇ ଅନ୍ୟତ୍ର ନେଇଯିବାକୁ ଦେଇଥିଲେ ପରାମର୍ଶ ।

ଯେଉଁଥିରେ ସତପାଲଙ୍କ ୪ବର୍ଷର ନାତି ରୁବିର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଲେଖାଯାଇଛି । ଅର୍ଥାତ ରୁବିରଙ୍କ ଚିକିତ୍ସା ପାଇଁ ବର୍ଣ୍ଣ ଆଇସିୟୁର ଆବଶ୍ୟକତା ନଥିଲା । ସନସାଇନþ ହସ୍ପିଟାଲରେ ଡାକ୍ତର ଫେରାଇ ଦେବା ପରେ ଆଉଏକ ହସ୍ପିଟାଲକୁ ଯାଉଯାଉ ବାଟରେ ହିଁ ରୁବିରଙ୍କ ପ୍ରାଣବାୟୁ ଉଡିଗଲା । ଘରେ ନିଆଁ ଲାଗିଯିବା ଓ ଗୋଟିଏ ପରିବାରର ୪ଜଣଙ୍କ ସମେତ ୫ ଜୀବନ ଚାଲିଯିବା ଏକ ଆକସ୍ମିକ ଦୁର୍ଘଟଣା ହୋଇପାରେ । କିନ୍ତୁ ଶ୍ୱାସରୁଦ୍ଧ ହୋଇପଡିଥିବା ଗୁରୁତର ଶିଶୁକୁ ବର୍ଣ୍ଣ ଆଇସିୟୁ ନାହିଁ କହି ଫେରାଇଦେବା ପାଇଁ ସଂପୃକ୍ତ ହସ୍ପିଟାଲକୁ ଦାୟୀ କରାଯିବ ନାହିଁ କି ?