ଭୁବନେଶ୍ୱର : ନୟାପଲ୍ଲୀ ବେହେରା ସାହିରେ ଥିବା ଏକ ଫର୍ଣ୍ଣିଚର ଦୋକାନରେ ନିଅାଁ

38

କନକ ବ୍ୟୁରୋ : ଭୁବନେଶ୍ୱରର ଏକ ଫର୍ଣ୍ଣିଚର ଦୋକାନରେ ନିଆଁ । ନୟାପଲ୍ଲୀ ବେହେରା ସାହିରେ ଥିବା ଏକ ଫର୍ଣ୍ଣିଚର ଦୋକାନରେ ନିଅାଁ ଲାଗିଯାଇ ଲକ୍ଷାଧିକ ଟଙ୍କାର ଫର୍ଣ୍ଣିଚର ଜଳିଯାଇଛି । ବିଟ ହାଉସ ନାମକ ଏହି ଦେକାନରେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଘଟଣା ସ୍ଥଳରେ ୩ ଟି ଦମକଳ ପହଁଚି ନିଆାଁକୁ ଆୟତ କରିଛି । ଘଟଣାରେ ଦୋକାନର ଜଣେ କର୍ମଚାରୀ ଆହତ ହୋଇଛନ୍ତି ।