ବାତ୍ୟା ବିଗାଡିଦେଲା ଭୁବନେଶ୍ୱରର ଚିତ୍ର ! ପୁଣି ଥରେ ରାଜଧାନୀକୁ ସୁନ୍ଦରକରି ଗଢିତୋଳଇବା ପାଇଁ ଚାଲିଛି କସରତ

ବାତ୍ୟା ଫନୀ ରାଜଧାନୀକୁ ଛାରଖାର କରିଦେଲା ପରେ ଏବେ ଧିରେଧିରେ ସଜାଡି ହେଉଛି

128

କନକ ବ୍ୟୁରୋ : ବାତ୍ୟା ଫନୀ ରାଜଧାନୀକୁ ଛାରଖାର କରିଦେଲା ପରେ ଏବେ ଧିରେଧିରେ ସଜାଡି ହେଉଛି । ବିଏମସି, ଏନଡିଆରଏଫ, ଓଡ୍ରାଫ ଟିମ ସହିତ ବାହାର ରାଜ୍ୟର ଶ୍ରମିକ ମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜନ ହୋଇଛନ୍ତି । ଧିରେଧିରେ ରାସ୍ତାରୁ ଉପୁଡି ଯାଇଥିବା ଗଛକୁ ଉଠାଯାଉଛି ତ କେଉଁଠି ଭାଙ୍ଗିପଡିଥିବା ବିଦ୍ୟୁତ ଖୁଂଟକୁ ଉଠାଯାଇ ନୁଆ ଖୁଂଟ ପୋତାଯାଉଛି । ତେବେ ଖରାତାରାକୁ ଖାତିର ନକରି ଏଭଳି କାର୍ଯ୍ୟ କରିଚାଲିଛନ୍ତି ଶ୍ରମିକ ମାନେ ।

ଏ ହେଉଛି ରାଜଧାନୀର ଉଜୁଡି ଯାଇଥିବା ବିଭିନ୍ନ ସ୍ଥାନ । ବାତ୍ୟାପରେ ପ୍ରକୃତ ଚିତ୍ର ପୁରା ଉଭେଇଯାଇ ଥିଲେବି ଧିରେ ଧିରେ ସ୍ୱାଭାବିକ ହେବାକୁ ଲାଗିଛି ରାଜଧାନି । ରାସ୍ତାଘାଟରେ ଶହଶହ ଗଛ କୁ ହାଟାଇ ଦିଆଯାଇଛି । ଏଥିରେ ସାମିଲ ହୋଇଛନ୍ତି ବିଏମସିର କର୍ମଚାରୀ ଙ୍କ ସହିତ ବିଭିନ୍ନ ବସ୍ତିର ଲୋକେ । ବାତ୍ୟାର ୧୦ ଦିନ ପରେ ବହୁ ରାସ୍ତାଘାଟ ସଫା ହୋଇଥିବା ବେଳେ ବିଭି୍ନ୍ନ ଅଂଚଳକୁ ବିଦ୍ରୁତ ସଂଯୋଗ କରାଯାଇଛି । । ତେବେ ଏମାନଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଏସବୁ ସଂଭବ ହୋଇ ପାରିଛି ।

ରାଜଧାନୀର ପ୍ରମୁଖ ସ୍ଥାନ ଲୋୟର ପିଏମଜି ରେ ଥିବା ସରକାରୀ ବାସଗୃହ ମଧ୍ୟ ସଜାଡି ହେବାକୁ ଲାଗିଛି । ବହୁ ପାଚେରି ବାତ୍ୟା ପ୍ରଭାବରେ ଭାଙ୍ଗିପଡିଥିବା ବେଳେ ସେଗୁଡିକର ତିଆରି କାର୍ଯ୍ୟ ଆଗେଇ ଚାଲିଛି । ଶ୍ରମିକ ମାନେ ୩୮ ଡିଗ୍ରି ଖରାକୁ ଖାତିର ନକରି ବିଭିନ୍ନ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି ।