ଖୁବ୍ଶୀଘ୍ର ଭୁବନେଶ୍ୱର-ଦୁବାଇ ବିମାନ ଚଳାଚଳ ନିଷ୍ପତ୍ତି : ରାଜ୍ୟସଭାରେ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ କହିଲେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ
କନକ ବ୍ୟୁରୋ : ଭୁବନେଶ୍ବରରୁ ଦୁବାଇ ମଧ୍ୟରେ ବିମାନ ଚଳାଚଳ ନେଇ ଖୁବ୍ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ । ଗତକାଲି ରାଜ୍ୟସଭାରେ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ଏହା କହିଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରି ଉତ୍ତରରେ କହିଥିଲେ ଯେ, ଏହି ପ୍ରସଙ୍ଗରେ ଆଲୋଚନା ଜାରି ରହିଛି । ଖୁବ୍ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏତଦ୍ବ୍ୟତୀତ ଭୁବନେଶ୍ବରରୁ ଥାଇଲାଣ୍ଡ, ଇଣ୍ଡୋନେସିଆ ଓ ଶ୍ରୀଲଙ୍କାକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା ଆରମ୍ଭ କରିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କହିଥିଲେ, ଏହା ବେସରକାରୀ ଏୟାରଲାଇନ୍ସ ମାନଙ୍କର ବିଶେଷ ଅଧିକାର ଉପରେ ନିର୍ଭର କରୁଛି । ସେମାନେ ସମସ୍ତ ପ୍ରକାର ବ୍ୟବସ୍ଥା ଓ ଆବଶ୍ୟକତାକୁ ଅନୁଧ୍ୟାନ କରିଥା’ନ୍ତି । ସେ ପୁଣି କହିଥିଲେ, ଝାରସୁଗୁଡ଼ା ବିମାନ ବନ୍ଦର ପୂର୍ଣ୍ଣମାତ୍ରାରେ ବିମାନ ବନ୍ଦରରେ ପରିଣତ ହୋଇଛି । ଭୁବନେଶ୍ବର ନିକଟରେ ନୂଆ ଗ୍ରୀନ୍ଫିଲ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠାକୁ ନେଇ ରାଜ୍ୟ ସରକାରଙ୍କ ଠାରୁ ପ୍ରସ୍ତାବ ଆସିଥିବା କେନ୍ଦ୍ରରାଷ୍ଟ୍ର ମନ୍ତ୍ରୀ ସାଂସଦଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ।