ରାଜଧାନୀରେ ଦୁଇ ଦିନରେ ଦୁଇ ଡ୍ୟାନ୍ସବାର ଉପରେ କମିଶନରେଟ ପୋଲିସର ରେଡ । ଘଟଣାସ୍ଥଳରୁ ଉଦ୍ଧାର ହେଲେଣି ୨୦ଯୁବତୀ

60

କନକ ବ୍ୟୁରୋ : ପୁଣି ରାଜଧାନୀ ବାରରେ ପୋଲିସ ରେଡ । ଗତ ଦୁଇଦିନ ଧରି ବିଭିନ୍ନ ଡ୍ୟାନ୍ସରେ ପୋଲିସ ଚଢାଉକରି ୨୦ରୁ ଉଦ୍ଧ୍ୱର୍ ଯୁବତୀଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଖାରବେଳନଗର ଥାନା ଅଧିନରେ ଥିବା ସୋଲାର-ଇନ୍ ବାରରେ ଚଢାଉ କରିଥିଲା ପୋଲିସ । ଚଢାଉ ସମୟରେ ଘଟଣାସ୍ଥଳରୁ ୧୦ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଗତକାଲି ରାତିରେ ସ୍ପେଶାଲ ସ୍ୱାର୍ଡ ଓ ଲକ୍ଷ୍ମୀସାଗର ଥାନା ପୋଲିସ ପକ୍ଷରୁ ଚଢାଉ ହୋଇଥିଲା । ତେବେ ପୁଣି ଆଉ ୧୦ଜଣ ଯୁବତୀ ବାରରେ ନୃତ୍ୟ ପରିବେଷଣ କରୁଥିବା ସମୟରେ ପୋଲିସ ସେମାନଙ୍କୁ ନିଜ ହେପାଜତକୁ ନେଇଛି । ସୂଚନା ଅନୁସାରେ ରେନ ଦ କ୍ଲବ, କଳ୍ପନାରଲ ଦୀପାଳି ଓ ବାପୁଜୀ ନଗରର ଓଇସ ବାରରେ ଚଢାଉ ହୋଇଥିଲା । ତେବେ ଉଦ୍ଧାର ହୋଇଥିବା ସମସ୍ତ ଯୁବତୀମାନଙ୍କୁ ସର୍ଟ- ଷ୍ଟେ ହୋମକୁ ପଠାଇ ଦିଆଯାଇଛି ।

 

ଏହି ଘଟଣାରେ ବାର କର୍ମଚାରୀ ଓ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ବିନା ଅନୁମତିରେ ରାଜଧାନୀର ବିଭିନ୍ନ ବାରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏପରି ଡ୍ୟାନ୍ସ କରାଯାଉଛି । ପୂର୍ବରୁ ଏଥିପାଇଁ ଅଭିଯୋଗ ହୋଇଥିଲା କିନ୍ତୁ ପୋଲିସ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିଲା ହଠାତ ଗତ ଦୁଇଦିନ ହେବ ପୋଲିସ ବିଭିନ୍ନ ବାରରେ ବିଳମ୍ବିତ ରାତିରେ ଚଢାଉ କରୁଛି । ହେି ଚଢାଉ ବାବଦରେ କମିଶନରେଟ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ବାର ଡ୍ୟାନ୍ସ ଅତି ମାତ୍ରାରେ ବଢିଯାଉଛି । ବାହାର ରାଜ୍ୟର ଯୁବତୀମାନେ ଏଠାରେ ଆସି କାମ କରୁଛନ୍ତି ଯାହା ଲାଗି ଅପରାଧ ମଧ୍ୟ ବଢୁଛି ତେଣୁ ଆଗାମୀ ଦିନରେ ଚଢାଉ ଜୋରଦାର କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।