ସମ୍ବାଦ ପକ୍ଷରୁ ଭୁବନେଶ୍ୱର ସାଇକ୍ଲୋଥୋନ । ଶିଖରଚଣ୍ଡୀରୁ ସାଇକେଲରେ କଳିଙ୍ଗ ଷ୍ଟାଡିୟମ ଆସିଲେ ଆବାଳ ବୃଦ୍ଧ ବନିତା

ସମ୍ବାଦ ପକ୍ଷରୁ ଭୁବନେଶ୍ୱର ସାଇକ୍ଲୋଥୋନ

113

କନକ ବ୍ୟୁରୋ : ନିତିଦିନ ଜୀବନରେ ସାଇକେଲ ଚଲାଇବା ପାଇଁ ଅନେକ ଇଚ୍ଛା କରନ୍ତି । କାରଣ ଦୈନଦିନ ଜୀବନରେ ସାଇକେଲ ଚଲାଇପାରିଲେ ଜଣେ ବ୍ୟକ୍ତି ସୁସ୍ଥ ରହିବା ସହ ପରିବେଶକୁ ମଧ୍ୟ ସୁସ୍ଥ ରଖିପାରିବେ । ସମ୍ବାଦ ପକ୍ଷରୁ ଭୁବନେଶ୍ୱର ସାଇକ୍ଲୋଥନ ଆୟୋଜିତ ହୋଇଯାଇଛି । ଶିଖର ଚଣ୍ଡିରୁ ଏହି ସାଇକ୍ଲୋଥନ କଳିଙ୍ଗ ଷ୍ଟାଡିୟମ ଯାଏଁ ଆସିଥିଲା ।

ଏହି ସାଇକ୍ଲୋଥନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବିଜେଡି ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ, ପୁଲିସ ଡିଜି ଆରପି ଶର୍ମା, ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ଅର୍ଚ୍ଚିତା ସାମିଲ ହୋଇଥିଲେ । ନିଜକୁ ଫିଟ୍ ରଖିବା ପାଇଁ କର୍ମମୟ ଜୀବନରେ ସାଇକେଲ ଚାଳନା ବେଶ ଉପଯୋଗୀ ଏହି ସଚେତନା ବାର୍ତା ସମସ୍ତଙ୍କୁ ଦିଆଯାଇଛି ।