ଭୁବନେଶ୍ୱର : ଓସିଏରେ ହୋଇଥିବା ଦୁର୍ନୀତି ବିରୋଧରେ ଇଓଡବ୍ଲୁ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

31

କନକ ବ୍ୟୁରୋ : ଭୁବନେଶ୍ୱର ଇଓଡବ୍ଲୁ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ । ଓସିଏରେ ହୋଇଥିବା ଦୁର୍ନୀତି ବିରୋଧରେ କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ ।

ମହମ୍ମଦ ମୋକିମଙ୍କ ନେତୃତ୍ୱରେ ପ୍ରତିବାଦ ପ୍ରଦର୍ଶନ କରିଛି କଂଗ୍ରେସ । ଓସିଏରେ କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ଅଭିଯୋଗରେ ଆଶିର୍ବାଦ ବେହେରାଙ୍କୁ ଗିରଫ କରିବାକୁ ଦାବି ହୋଇଛି । ଏହାସହ ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ ।