ଆଜି ପବିତ୍ର ବଡଦିନ : ଭୁବନେଶ୍ୱର ୟୁନିୟନ ଚର୍ଚ୍ଚରେ ରାଜ୍ୟପାଳଙ୍କ ପୂଜାର୍ଚ୍ଚନା

33

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଆଜି ପବିତ୍ର ବଡଦିନ । ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଧରାବତରଣକୁ ସ୍ମରଣ କରିବାର ଦିନ । ଏଥିପାଇଁ ଚାରିଆଡେ ଖୁସିର ମାହୋଲ । ବଡଦିନକୁ ସ୍ୱାଗତ କରିବାକୁ ଚଳଚଂଚଳ ହୋଇ ଉଠିଛି ବିଭିନ୍ନ ଚର୍ଚ୍ଚ । ପ୍ରାର୍ଥନା ପାଇଁ ସକାଳୁ ସକାଳୁ ଲୋକେ ଚର୍ଚ୍ଚ ମୁହାଁ ହୋଇଛନ୍ତି ।

ରାଜଧାନୀ ଭୁବନେଶ୍ୱରର ଚର୍ଚ୍ଚ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ରାଜ୍ୟପାଳ ଏସସି ଜମିର ଭୁବନେଶ୍ୱର ୪ ନମ୍ବର ୟୁନିୟନ ଚର୍ଚ୍ଚରେ ପୂଜାର୍ଚ୍ଚନା କରିଛନ୍ତି । ଖ୍ରୀଷ୍ଟମାସ ଟ୍ରୀ ସହ ମଦର ମେରୀ ଓ ପ୍ରଭୂ ଯୀଶୁଙ୍କ ପ୍ରତିମୂର୍ତିକୁ ଖୁବ୍ ସୁନ୍ଦର ଭାବେ ସଜାଇ ରଖାଯାଇଛି । ପ୍ରଭୁଙ୍କ ଧରାବତରଣ ହେବା ପରେ ସାମୁହିକ ପ୍ରାର୍ଥନା କରିଥିଲେ ଶ୍ରଦ୍ଧାଳୁ ।