ଭୁବନେଶ୍ୱର ନୟାପଲ୍ଲୀ ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତ ସୀମାଂଚଳ ଜେନା ଗିରଫ

27

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଧରାପଡିଲା ଅଭିଯୁକ୍ତ । ଭୁବନେଶ୍ୱର ନୟାପଲ୍ଲୀ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ସୀମାଚଂଳ ଜେନାକୁ ଗିରଫ କଲା କମିଶନରେଟ୍ ପୁଲିସ । ଅଭିଯୁକ୍ତ ସୀମାଚଂଳକୁ ଗଜପତିନଗର ଅଂଚଳରୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ।  ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ଦେଇଛି ପୁଲିସ । ମୃତ ବସନ୍ତ ପ୍ରଧାନ ଓ ଆହତ ଲମ୍ବୋଦର ପ୍ରଧାନ ଫେରୁଥିବା ବେଳେ ଅତର୍କିତ ଭାବେ ଆକ୍ରମଣ କରିଥିଲା ସୀମାଚଂଳ ଜେନା । ମୃତ ବସନ୍ତ ଓ ତାଙ୍କ ପତ୍ନୀଙ୍କ ଝଗଡ଼ାରେ ମଧ୍ୟସ୍ତି କରିବା ନେଇ ଅଭିଯୁକ୍ତ ଏମାନଙ୍କ ଉପରେ ଆକ୍ରମଣ କରିଥିବା ପୁଲିସ ସୂଚନା ଦେଇଛି । ପୂର୍ବରୁ ସୀମାଚଂଳ ନାଁରେ ଶେରଗଡ଼ ଥାନାରେ ମାମଲା ମଧ୍ୟ ରହିଛି । ସମସ୍ତେ ଭୁବନେଶ୍ୱର ସାଲିଆ ସାହିରେ ପଡ଼ୋଶୀ ଭାବେ ରହୁଥିଲେ । ହତ୍ୟାକାଣ୍ଡର ପୁରା ଦୃଶ୍ୟ କଏଦ ହୋଇଥିଲା ସିସିଟିଭି କ୍ୟାମେରାରେ ।