କ୍ୟାନ୍ସର ଉଜାଡି ଦେଲା ସଂସାର! ଖୁସିର ସଂସାରରେ ଏବେ ଲୁହର ଝଡ

57

କନକ ବ୍ୟୁରୋ : କ୍ୟାନ୍ସର ଉଜାଡି ଦେଲା ସଂସାର । ଖୁସିର ସଂସାରରେ ଏବେ ଲୁହର ଝଡ । ଭୁବନେଶ୍ୱରର ପୂର୍ଣଚନ୍ଦ୍ର ସାହୁ ଏବେ କ୍ୟାନସରରେ ପୀଡିତ । ଆଉ ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରି କରି ନୟାନ୍ତ ହୋଇଗଲେଣି ପୁରା ପରିବାର । ପୂର୍ଣ୍ଣଚନ୍ଦ୍ର ଜଣେ ଅଟୋଚାଳକ ଥିବା ବେଳ ଚିକିତ୍ସା ପାଇଁ ଅଟୋ ଖଣ୍ଡିକକୁ ବି ବିକ୍ରି କରିସାରିଛନ୍ତି । ଆଉ ସ୍ତ୍ରୀ ଘରକୁ ଘର ବୁଲି କାମ କରି ଯେଉଁ କିଛି ଟଙ୍କା ଆଣୁଛନ୍ତି ସେଥିରେ ଚିକିତ୍ସା ଖର୍ଚ୍ଚ ତୁଲାଇବା ତ ଦୁରର କଥା ପୁଅ ଝିଅଙ୍କୁ ମୁଠାଏ ଖାଇବାକୁ ବି ଦେଇ ପାରୁ ନାହଁନ୍ତି ।

ସେପଟେ ଡାକ୍ତର କହିଛନ୍ତି ପୂର୍ଣ୍ଣଚନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡାରେ ଲାଗିଛି । ମୁଣ୍ଡରେ ଘା ବଢୁଛି । ତୁରନ୍ତ ଅପରେସନ୍ କରି କେମୋ ଥରାପି ଆରମ୍ଭ କରିବାକୁ ପଡିବ । ହେଲେ ଏଥିପାଇଁ ଦରକାର ପ୍ରାୟ ୨ଲକ୍ଷ ଟଙ୍କା । ଆଉ ଟଙ୍କା ଯୋଗାଡ କରି ନପାରି ଏବେ ଅସହାୟ ପୂର୍ଣ୍ଣଜନ୍ଦ୍ରଙ୍କ ପୁରା ପରିବାର । ସ୍ଥିତ ଏମିତି ହୋଇଛି କି ପୁଅ ଝିଅଙ୍କୁ ପେଯପୁରା ଖାଦ୍ୟ ଦେଇ ନପାରି ସମ୍ପର୍କୀୟଙ୍କ ଘରେ ଛାଡିବାକୁ ବାଧ୍ୟ ହେଉଛନ୍ତି ପୁର୍ଣ୍ଣଚନ୍ଦ୍ରଙ୍କ ସ୍ତ୍ରୀ ସୁମିତ୍ରା ।