ବଜାରକୁ ଆସିଲା ବିଏସ-୪ ଗ୍ରେଡ ଗ୍ୟାସ ! ଭୁବନେଶ୍ୱର ସମେତ ଦେଶର ୧୨ଟି ସହରରେ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

34

କନକ ବ୍ୟୁରୋ : ଔପଚାରିକ ଭାବେ ବଜାରରେ ପ୍ରବେଶ କରିଛି ବିଏସ-୪ ଗ୍ରେଡ ଗ୍ୟାସ । ଭୁବନେଶ୍ୱରରେ ବିଏସ-୪ ଯୋଜନାର ଶୁଭାରମ୍ଭ କରିଛନ୍ତି ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭଡିଓ କନ୍ଫରେନ୍ସ ଜରିଆରେ ଦେଶର ୧୨ଟି ସ୍ଥାନରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହି ଅବସରରେ ସେ କହିଛନ୍ତି, କେନ୍ଦ୍ର ସରକାର ଶୁଦ୍ଧ ପରିବହନକ୍ଷମ ଇନ୍ଧନର ଏକ ନୂଆ ଯୁଗ ଆରମ୍ଭ କରିଛନ୍ତି । ଯାହାକି ଦେଶବାସୀଙ୍କ ପାଇଁ ଲାଭଦାୟକ ହେବା ସହ ପରିବେଶ ପ୍ରଦୂଷଣ କମାଇବା । ଇଣ୍ଡିଆନ ଅଏଲ, ଏଚପିସି ଓ ବିପିସିର ମିଳିତ ସହଯୋଗରେ ବିଏସ-୪ ଯୋଜନା କାର୍ଯ୍ୟକାରୀ ହୋଇଛି ।