ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳରୁ ବ୍ରାଉନ ସୁଗାର କାରବାରର ପର୍ଦ୍ଦାଫାଶ ! ଜଣେ ଅଭିଯୁକ୍ତ ଗିରଫ

35

କନକ ବ୍ୟୁରୋ : ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳରୁ ବ୍ରାଉନ ସୁଗାର କାରବାରର ପର୍ଦ୍ଦାଫାଶ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଉଛି ଅରୁଣ କୁମାର ଲେଙ୍କା । ଲେଙ୍କାସାହିରେ ବ୍ରାଉନସୁଗାର କାରବାର ଚାଲିଥିବା ଖବର ପାଇ ପୁଲିସ ଅଚାନକ ଚଢାଉ କରିଥିଲା । ଚଢାଉ ସମୟରେ ୧୯.୭୬ ଗ୍ରାମର ବ୍ରାଉନ ସୁଗାର ସମେତ ମୋବାଇଲ ଜବତ ହୋଇଛି । ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।