ଭୁବନେଶ୍ୱର ବାପୁଜୀନଗର ୟୁକୋ ବ୍ୟାଙ୍କ ଡକାୟତି ଘଟଣା : ଅଭିଯୁକ୍ତ ଚିହ୍ନଟ

20

କନକ ବ୍ୟୁରୋ : ଭୁବନେଶ୍ୱର ବାପୁଜୀନଗର ୟୁକୋ ବ୍ୟାଙ୍କରୁ ଡକାୟତି ଘଟଣାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୁଲିସ । ପୂର୍ବରୁ ସେମାନେ ସିରିଜ ଡକାୟତିରେ ସଂଶ୍ଲିଷ୍ଟ ଥିବା ଜଣାପଡିଛି । ଝାରସୁଗୁଡା କୁର୍ବାରୁ ବି ଡକାୟତି କରିଥିଲେ ଏହି ଡକାୟତି ଗ୍ୟାଙ୍ଗ ।

ପୁଲିସ କମିସନର ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି । ସ୍ପଷ୍ଟ ଦିବାଲୋକରେ ୨୮ ତାରିଖ ଦିନ ବ୍ୟାଙ୍କ ଭିତରେ ପଶି କଳାକନା ବୁଲାଇଥିଲେ ଦୁର୍ବୃତ । ୫ ଜଣ ଲୁଟେରା ବନ୍ଧୁକ ମୁନରେ ବାପୁଜୀନଗର ୟୁକୋ ବ୍ୟାଙ୍କ ଶାଖାରୁ ୧୩ ଲକ୍ଷ ଟଙ୍କା ଓ କୋଟିଏ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ । ପୁରା ଯୋଜନା ମୁତବକ ବନ୍ଧୁକ ଧରି ବ୍ୟାଙ୍କ ଭିତରେ ପଶିଥିଲେ ଦୁର୍ବୃତ । ଆଉ ଘଂଟାଏ ଧରି ଚଳାଇଥିଲେ ଲୁଟପାଟ୍ । କାରରେ ଆସି ୫ ଜଣ ଦୁର୍ବୃତ ଏହି ଲୁଟ କରିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –