ଚଳନ୍ତା ଟ୍ରେନରେ ଚାଂଚଲ୍ୟ : ଯାତ୍ରୀଙ୍କ ସାମ୍ନାରେ ଯୁବକଙ୍କୁ ଗଳାକାଟି ହତ୍ୟା କଲେ ଦୁବୃର୍ତ

19

9କନକ ବ୍ୟୁରୋ : ଚଳନ୍ତା ଟ୍ରେନରେ ଗଳାକାଟି ଯାତ୍ରୀଙ୍କୁ ହତ୍ୟା କରିଛନ୍ତି ଦୁବୃର୍ତ । ଭୁବନେଶ୍ୱର ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନରେ ରବିବାର ରାତି ୯ଟାରେ ଘଟିଛି ଏହି ଅଘଟଣ । ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡିଛି । ସେ ବାଙ୍ଗିରପୋଷୀ ଅଁଳାଗୁଂଜା ଗାଁର ରାଜେନ୍ଦ୍ର ବେହେରା ।

ଏହି ଲୋମହର୍ଷକ ତଥା ବିଭତ୍ସ ହତ୍ୟାକାଣ୍ଡ ଦେଖି ଥରି ଉଠିଛନ୍ତି ଅନ୍ୟଯାତ୍ରୀ । ପଛ ଗାର୍ଡ ବଗିଠାରୁ ତୃତୀୟ ବଗିରେ ଘଟିଛି ଏହି ନାରକୀୟ କାଣ୍ଡ । ସାତ ଜଣ ଦୁବୃର୍ତ ଏହି କାଣ୍ଡ ଘଟାଇଥିବା ପ୍ରତ୍ୟକ୍ଷଦର୍ଶି କହିଛନ୍ତି । ଘଟଣାସ୍ଥଳରେ ପୁଲିସ ଅଧିକ ତଦନ୍ତ ଚଳାଇଛି ।