ଦୁର୍ଘଟଣା ପରେ ବି ଚେତୁନି ରେଳବିଭାଗ : ପୁଣି ଇଞ୍ଜିନରୁ ଅଲଗା ହେଲା ବଗି

23

କନକ ବ୍ୟୁରୋ: ଚେତୁନି ରେଳବିଭାଗ । ପୁଣି ଇଞ୍ଜିନରୁ ଅଲଗା ହେଲା ବଗି । ଆଉ ୨୦୦ମିଟର ଗଲା ପରେ ଇଞ୍ଜିନ ସହ ସଂଯୋଗ କରାଗଲା ରେଳ ବଗିକୁ । ଦୁର୍ଘଟଣାରୁ ରକ୍ଷା ପାଇଲା ଆନନ୍ଦ ବିହାର – ଭୁବନେଶ୍ୱର ଏକ୍ସପ୍ରେସ୍ ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲାର ବିରଜାପଲ୍ଲୀ ନିକଟରେ । ରାଉରକେଲା ଷ୍ଟେସନ ଛାଡିବାର ମାତ୍ର କିଛି ସମୟ ପରେ ବାସନ୍ତୀ କଲୋନୀ ଓ ଏସ୍ଟିଆଇ ମଧ୍ୟରେ ଘଟିଛି ଏହି ଘଟଣା । ଆଜି ଅପରାହ୍ନରେ ଆନନ୍ଦ ବିହାର- ଭୁବନେଶ୍ୱର ଏକ୍ସପ୍ରେସ ରାଉରକେଲା ଷ୍ଟେସନ ଛାଡିବା ପରେ ଏଭଳି ଅଘଟଣ ଦେଖିବାକୁ ମିଳିଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-