ଭୁବନେଶ୍ୱର : ପଟିଆରୁ ବିରଳ ଧଳା ସାପ ଉଦ୍ଧାର

57

କନକ ବ୍ୟୁରୋ : ଶରୀର ସଂପୂର୍ଣ୍ଣ ଧଳା । ତା ଉପରେ ଇଷତ୍ ହଳଦିଆ ରଂଗର ଦାଗ । ଆଖିର ରଂଗ ଗୋଲାପୀ । ଏମିତି ଏକ ବିରଳ ସାପ ଉଦ୍ଧାର ହୋଇଛି ରାଜଧାନୀ ଭୁବନେଶ୍ୱରରୁ । ପଟିଆ ବାସିନ୍ଦା ବାମଦେବ ମହାନ୍ତିଙ୍କ ଘରୁ ଏହି ବିରଳ ଆଲବିନୋ ସାପକୁ ଉଦ୍ଧାର କରିଛି ସ୍ନେକ୍ ହେଲ୍ପ ଲାଇନ୍ । ସାପଟି କମନ ଉଲ୍ଫ ବା କଉଡିଆ ଚିତି ପ୍ରଜାତିର ବୋଲି ଜଣାପଡିଛି ।

ଏହାର ରଂଗ ସାଧାରଣତଃ ଖଇରିଆ ହୋଇଥିବା ବେଳେ ଏହା ପିଠିରେ ଧଳା ରଂଗର ଦାଗ ଥାଏ । କିନ୍ତୁ ବର୍ଣ୍ଣ କଣିକା ବା ମେଲାନିନରେ ଅସାଂମଜସ୍ୟତା ଯୋଗୁ ଏହା ଏମିତି ଧଳା ହୋଇଥିବା କୁହାଯାଉଛି ।  ତେବେ ଏହା ଏକ ବିଷହୀନ ସାପ ହୋଇଥିବାରୁ ଏହାକୁ ପୁଣି ମିଳିଥିବା ସ୍ଥାନ ନିକଟରେ ଛଡା ଯାଇଛି ବୋଲି ସ୍ନେକ୍ ହେଲ୍ପ ଲାଇନର ସଂପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।