ଭୁବନେଶ୍ୱର ଏୟାରପୋର୍ଟ ପରିସରରେ ନିର୍ମାଣ ହେବ ଥ୍ରି-ଷ୍ଟାର ହୋଟେଲ

61

କନକ ବ୍ୟୁରୋ: ଯାତ୍ରୀମାନଙ୍କୁ ସୁବିଧା ଦେବାକୁ ଆଉ ଏକ ପଦକ୍ଷେପ ନେଉଛି ଏୟାରପୋର୍ଟ ଅଥରିଟି । ଭୁବନେଶ୍ୱର ଏୟାରପୋର୍ଟ ପରିସରରେ ଥ୍ରି-ଷ୍ଟାର ହୋଟେଲ କରିବେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ । ଦେଶର ତିନିଟି ଏୟାରପୋର୍ଟରେ ଏହି ହୋଟେଲ ହେବାକୁ ଥିବାବେଳେ ଏହି ତାଲିକାରେ ଭୁବନେଶ୍ୱର ଏୟାରପୋର୍ଟ ସ୍ଥାନ ପାଇଛି ।

ତେବେ ସେପ୍ଟେମ୍ବର ମାସରେ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ୨୦୧୯ ସୁଦ୍ଧା ସମ୍ପୁର୍ଣ୍ଣ କରିବାର ଲକ୍ଷ୍ୟ ରହିଛି । ଥ୍ରି-ଷ୍ଟାର ହୋଟେଲ ୧୦୦ ରୁମ୍ ବିଶିଷ୍ଟ ହେବ । ଖୁବ୍ ଶିଘ୍ର ଝାରସୁଗୁଡା ଓ ରାଉରକେଲା ଏୟାରପୋର୍ଟକୁ ଉଡାଣ ଆରମ୍ଭ ହେବ । ଏହା ପାଇ ଏୟାର ଓଡ଼ିଶାକୁ ଅନୁମତି ମିଳିସାରିଛି ।