ଭୁବନେଶ୍ୱର ଏମ୍ସ ହସ୍ପିଟାଲରୁ ଆସିଲା ଅଭାବନୀୟ ଚିତ୍ର ! ଟିକେଟ କରିବାକୁ ଲାଇନରେ ଲାଗୁଛି ଇଟା

51

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସ ହସପିଟାଲ ପରିସରରେ ଖରା କାକର ତଳେ କଟୁଛି ରୋଗୀଙ୍କ ଜୀବନ । ଚିକିତ୍ସା ପାଇଁ ଦୁରଦୁରାନ୍ତରୁ ଆସୁଥିବା ଶହଶହ ରୋଗୀ ଏବଂ ତାଙ୍କ ସଂମ୍ପର୍କୀୟ ମାନେ ଶୀତୁଆ ରାତିରେ ଲାଇନ ଲଗାଇ ଅପେକ୍ଷା କରି ରହୁଛନ୍ତି । ଏପରିକି ୧୦୦ ମିଟର ପର୍ଯ୍ୟନ୍ତ ଇଟାକୁ ପଛକୁପଛ ରଖି ଲାଇନରେ ରଖୁଥିବା ଦେଖୁବାକୁ ମିଳୁଛି ।

ଇଟା ଉପରେ ନାଁ ଲେଖି ଧାଡିରେ ରଖିଦେଉଛନ୍ତି ରୋଗୀ ଓ ତାଙ୍କ ସଂପର୍କୀୟ । ଏଥିପାଇଁ ଦଲାଲଙ୍କୁ ଟଙ୍କା ଦେବାକୁ ପଡୁଥିବା ଅଭିଯୋଗ ହୋଇଛି । ଅନ୍ୟ କେତେକ ସ୍ଥାନରେ ରୋଗୀ ଓ ସଂମ୍ପକୀୟ ମାନେ ଚିକିତ୍ସା ପାଇବା ପାଇଁ ଘଂଟାଘଂଟା ଅପେକ୍ଷା କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ଅନ୍ୟପଟେ ଏଭଳି ଲାଇନ ଘଟଣାରେ ଦଲାଲମାନେ ବେଶ୍ ହାତ ଚିକ୍କଣ କରି ରୋଗୀଙ୍କୁ ଲୁଟୁଥିବା ଅଭିଯୋଗ ହୋଇଛି ।