ଝିମିଟି ଖେଳରୁ ମହାଭାରତ ! ସାମାନ୍ୟ ଗାଡି ଧକ୍କାକୁ ନେଇ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ

57

କନକ ବ୍ୟୁରୋ : ଝିମିଟି ଖେଳରୁ ମହାଭାରତ । ରାଜଧାନୀରେ ସାମାନ୍ୟ ଗାଡି ଧକ୍କାକୁ ନେଇ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଯୁବକ । ଆହତ ବ୍ୟକ୍ତି ଜଣକ ହେଉଛନ୍ତି ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କ ପୁଅ ସୂର୍ଯ୍ୟନାରାୟଣ ସାହୁ । ସାମାନ୍ୟ ବଚସାରୁ ୫ ଜଣ ଯୁବକ ତାଙ୍କୁ ଲୁହା ଛଡ ଓ ପଥରରେ ଛେଚି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ସୂଯ୍ୟ୪ଙ୍କ ପରିବର ଲୋକେ ।

ଗତକାଲି ଜୟଦେବବିହାର ନିକଟରେ ଯାଉଥିବା ବେଳେ, କିଛି ଯୁବକ ସୂର୍ଯ୍ୟଙ୍କୁ ମାଡ ମାରି ଲହୁଲୁହାଣ କରିଥିଲେ । ସୂର୍ଯ୍ୟଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ, ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସି ପାରିନି । ତେବେ ରାଜଧାନୀରେ ଗୁଣ୍ଡାରାଜ ଚଳାଇ ଆତଙ୍କିତ କରିଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ନୟାପଲ୍ଲୀ ଥାନା ପୁଲିସ ।