ଭୁଆସୁଣୀ ଡମ୍ପିଂୟାର୍ଡ ବିବାଦ : ବିଏମସି ଅଫିସ ସମ୍ମୁଖରେ କଂଗ୍ରେସର ବିଜୟ ଉତ୍ସବ

37

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ଉପକଂଠ ଦାରୁଠେଙ୍ଗ ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆଜି ଏକ ପ୍ରତିବାଦ ରାଲି ହୋଇଛି । କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ନେତୃତ୍ୱରେ ବିଏମସି ଅଫିସ ଘେରାଉ କରିଥିଲେ କର୍ମୀ । ବିଏମସି ଅଫିସକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏହାସହ ମେୟର ଅନନ୍ତ ନାରାୟଣଙ୍କ କୁଶପୁତଳିକା ଦାହ କରିଛି କଂଗ୍ରେସ । ସେପଟେ ଏହି ଘେରାଉକୁ ବିଜୟ ଉତ୍ସବର ଆଖ୍ୟା ଦେଇଛିି କଂଗ୍ରେସ । କିଛି ଦିନ ହେଲା ବିଏମସି ପକ୍ଷରୁ ଅଳିଆ ପକାଇବାକୁ କେନ୍ଦ୍ରକରି ଦାରୁଠେଙ୍ଗରେ ଚାପା ଉତେଜନା ଲାଗି ରହିଛି । ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ବିରୋଧ କରିବା ସହ ପ୍ରସ୍ତାବିତ ଟ୍ରିଟମେଂଟ୍ ପ୍ଲାଂଟ୍ କୁ ବିରୋଧ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।