ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ଛାତ୍ର ସମସ୍ୟାର ସମାଧାନ ସମ୍ଭବ ହୋଇଥାଆନ୍ତା : ଉଚ୍ଚସ୍ତରୀୟ ରିପୋର୍ଟରେ ପ୍ରକାଶ

68

କନକ ବ୍ୟୁରୋ : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ଛାତ୍ର ସମସ୍ୟାର ସମାଧାନ ଠିକ୍ ସମୟରେ କରାଯାଇ ପାରିଥାନ୍ତା । ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରୀଙ୍କ ସହ ଠିକଣା ସମୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ bhu protestଆଲୋଚନା କରିଥିଲେ ଏହି ଅଶାନ୍ତିକୁ ରୋକାଯାଇ ପାରିଥାନ୍ତା ବୋଲି ଉଚ୍ଚସ୍ତରୀୟ ରିପୋର୍ଟରେ ପ୍ରକାଶ ପାଇଛି । ବାରାଣାସୀ ପୁଲିସ କମିଶନର ନୀତିନ ରମେଶ ଗୋକର୍ଣ୍ଣ ଘଟଣାର ତଦନ୍ତ କରି ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ।

ଏହି ରିପୋର୍ଟରେ ବିଶ୍ୱବିଦ୍ୟାଳୟରେ ଲାଗିରହିଥିବା ଅଶାନ୍ତି ପାଇଁ ବିଶ୍ୱବିଦ୍ୟାଳୟ କୂଳପତିଙ୍କୁ ଦାୟୀ କରାଯାଇଥିବା ସୂଚନା ମିଳିଛି । ସେପଟେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପୁଲିସ ନିକଟରେ ଦାୟର ହୋଇଥିବା ୫ଟି ମାମଲାକୁ କ୍ରାଇମବ୍ରାଂଚକୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାର ୫ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।