କାଉନସିଲ ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ଘଟଣାରେ ପୁଲିସର ନୋଟିସ୍ ନେଇ ଆଶ୍ଚର୍ଯ୍ୟ ପ୍ରକଟ କଲେ ଭୃଗୁ ବକ୍ସିପାତ୍ର । କହିଲେ ମିଳିନି ନୋଟିସ୍, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

165

କନକ ବ୍ୟୁରୋ: ଛତ୍ରପୁର ପୂର୍ବତନ କାଉନସିଲର ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତାଙ୍କୁ ପୁଲିସର ନୋଟିସ ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କଲେ ଭୃଗୁ ବକ୍ସିପାତ୍ର । ହେଲେ ଏଯାଏଁ ନୋଟିସ ପାଇ ନଥିବା କହିଛନ୍ତି ଭୃଗୁ ବକ୍ସିପାତ୍ର । ସେ ଗଣମାଧ୍ୟମରୁ ଏନେଇ ଖବର ପାଇଛନ୍ତି । ଚାର୍ଜସିଟ୍ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ତାଙ୍କୁ ପୂର୍ବରୁ ପୁଲିସ ନୋଟିସ କରାଯାଇନଥିଲା । ରାଜ୍ୟ ସରକାର ରାଜନୈତିକ ଉଦେଶ୍ୟ ରଖି ଏଭଳି କରାଇଛନ୍ତି ।

ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ଓଡିଶା ପୁଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି । ଫେବୃଆରୀ ୭ ତାରିଖରେ ଗୋଲକ ମହାପାତ୍ର ଓ ୯ ତାରିଖରେ ଭୃଗୁ ବକ୍ସିପାତ୍ରଙ୍କୁ ଛତ୍ରପୁର ଥାନାରେ ହାଜର ହେବାକୁ ନୋଟିସ ହୋଇଥିବା ସୂଚନା ମିଳିଛି । ୨୦୧୭ ମସିହା ସେପ୍ଟେମ୍ବର ୧୬ ତାରିଖରେ ଲକ୍ଷ୍ମୀଦତଙ୍କୁ ମିଳିତ ଆକ୍ରମଣ କରି ହତ୍ୟା କରାଯାଇଥିଲା । ପୂର୍ବରୁ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ନୋଟିସ କରିଥିଲା ।

 

ସେପଟେ, ଚିଟଫଣ୍ଡ ଲିଙ୍କରେ ବିଜୁ ଜନତା ଦଳର ଦୁଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କୁ ସିବିଆଇ ନୋଟିସ ଜାରି କରିବା ପରେ ବଢିଛି ସନ୍ଦେହ । ଆଗରୁ କାହିଁକି ନିରବ୍ ଥିଲା ସିବିଆଇ? ନିର୍ବାଚନ ପାଖେଇ ଆସୁଥିବା ବେଳେ ସିବିଆଇର ଏହି ନୋଟିସ୍ ସନ୍ଦେହ ସୃଷ୍ଟି କରୁଛି ବୋଲି କହିଛନ୍ତି ନିରଂଜନ ପଟ୍ଟନାୟକ । ବହୁ ଆଗରୁ ଏମିତି କରିବାର ଥିଲା । ଏହାସହ ଚିଟଫଣ୍ଡରେ ଓଡିଶାର ବହୁ କ୍ଷତି ହୋଇଛି । ଏଥିରେ ଶାସକଦଳର ପୃଷ୍ଠପୋଷକତା ରହିଛି । ଏହି ମାମଲାରେ କେନ୍ଦ୍ର ଓ ଶାସକ ଦଳର ଭିତିରି ବୁଝାମଣା ହୋଇଥିବା ନିରଂଜନ କହିଛନ୍ତି ।