ସରୁନି ରାହୁଲଙ୍କ ଆଖିମରା ! ଚା’ ପିଇଲେ,ଭୁଜିଆ ଖାଇଲେ ଏବଂ ପୁଣିଥରେ ଆଖି ମାରିଲେ ।
ମଧ୍ୟପ୍ରଦେଶର ରୋସନପୁରାଠାରେ ଏକ ରୋଡ୍ ଶୋ’ରେ ଯୋଗ ଦେଇଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପୁଣି ଚର୍ଚ୍ଚାରେ ଆସିଛନ୍ତି । ରୋଡ୍ ଶୋ’ ଶେଷ ହେବା ପରେ ରାହୁଲଙ୍କୁ ଚା’ ପିଇବାର ଇଚ୍ଛା ହେଲା ସେ ପୁଣି ରାସ୍ତା କଡର ଟି’ଷ୍ଟଲରୁ । କର୍ମୀମାନେ ରାହୁଲଙ୍କୁ ଭୁଜିଆ ଖାଇବା ପାଇଁ ମଧ୍ୟ ଦେଇଥିଲେ । ରାହୁଲଙ୍କ ପାଇଁ ରାଜୁ ଚା’ବାଲା ଖୁବ୍ ସ୍ପେଶାଲ୍ ଚା’ ପ୍ରସ୍ତୁତ କରି ପିଆଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଚା’ ପିଇବା ସମୟରେ ରାହୁଲଙ୍କ ସହ ଅନ୍ୟ ନେତାମାନେ ଏବଂ ଚା ବାଲା ମଧ୍ୟ ସେଲଫି ଉଠାଇବାରେ ଲାଗିଥିଲେ । ମସ୍ତିଖୋର ରାହୁଲ ଏଠାରେ ମଧ୍ୟ ନିଜ ମସ୍ତିକୁ ଜାହିର କରିଥିଲେ । ପ୍ରତି ସେଲଫିରେ ସେ ଆଖି ମାରିବା ପୋଜ୍ ଦେଇଥିଲେ । ଯାହାକୁ ସେଠାରେ ଥିବା ଲୋକ ଏବଂ କର୍ମୀ ହାସ୍ୟାରୋଳରେ ଉଡାଇଦେଲେ । ତେବେ ଏହି କିଛି ଦିନ ହେଲା ରାହୁଲ ଆଖିମରାକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ସେ ପ୍ରଥମେ ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରି ଅନ୍ୟ ଏକ କଂଗ୍ରେସ କର୍ମୀଙ୍କୁ ଆଖି ମାରିଥିଲେ । ଏହାପରେ ଏକ ସଭାରେ ମଧ୍ୟ ସେ ଆଖି ମାରିଥିଲେ ।