ବାପା ହେବ ତ ଏମିତି ! ନବଜାତ କନ୍ୟା ଏବଂ ପତ୍ନୀକୁ ଘରକୁ ଆଣିବା ପାଇଁ ବାପା ଖର୍ଚ୍ଚ କଲେ ୨୦ ଲକ୍ଷ । 

55

ମହାରାଷ୍ଟ୍ରର ଔରଙ୍ଗାବାଦରେ ଦେଖିବାକୁ ମିଳିଛି ଏକ ଘଟଣା ଯାହା ସମସ୍ତଙ୍କୁ ଅନୁପ୍ରାଣିତ କରିଛି । ଔରଙ୍ଗାବାଦର ଭୋସ୍ଲେ ପରିବାରରେ ଦ୍ୱିତୀୟ ଥର ଶିଶୁ କନ୍ୟା ଜନ୍ମ ନେବା ପରେ ଶିଶୁ କନ୍ୟାର ପିତା କରିଥିବା କାମକୁ ସମସ୍ତେ ପ୍ରଶଂସା କରିଛନ୍ତି । ଆଜିକାଲି ଶିଶୁ କନ୍ୟାକୁ ବୋଝ ବୋଲି ଭାବି କିଛି ପରିବାର ଭ୍ରୁଣ ହତ୍ୟା କରିବା ସହ ଝିଅ ଜନ୍ମ ପରେ ତାକୁ ରାସ୍ତା କଡ଼ରେ ଛାଡ଼ି ଦେଉଛନ୍ତି । ଏପରି ପରିସ୍ଥିତିରେ ଭୋସ୍ଲେ ପରିବାର କରିଥିବା କାମ ସମସ୍ତଙ୍କୁ ପ୍ରଶଂସା କରିବାକୁ ବାଧ୍ୟ କରିଛି । ଶିଶୁ କନ୍ୟାର ପିତା ଦୀପକ ଭୋସ୍ଲେ ନିଜ ସ୍ତ୍ରୀ ଶୀତଲ ଏବଂ ଝିଅକୁ ଘରକୁ ନେବା ପାଇଁ ବୁଧବାର ୨୦ଲକ୍ଷ ଟଙ୍କାର କାର୍ କିଣିଥିଲେ ବୋଲି ଜଣାପଡ଼ିଛି । ଏହା ଡ଼ାକ୍ତରଖାନା ବାହାରେ ସେମାନଙ୍କୁ କାର୍ ପର୍ୟ୍ୟନ୍ତ ଛାଡ଼ିବା ପାଇଁ ବ୍ୟାଣ୍ଡ ବାଜାର ମଧ୍ୟ ବ୍ୟବସ୍ଥା କରିଥିଲେ ଦୀପକ ।

ଦୀପକଙ୍କ କହିବା ଅନୁଯାୟୀ ଝିଅ ଗୋଟିଏ ନୁହେଁ ବରଂ ଦୁଇଟି ପରିବାର ସମ୍ଭାଳିବା ସହ ସମସ୍ତଙ୍କୁ ଖୁସିରେ ରଖିଥାଏ । ମୋର ଦୁଇଟି ଝିଅ ହୋଇଥିବାରୁ ମୁଁ ବହୁତ ଖୁସି । ଭଗବାନ ମୋତେ ମୋ ପୁଣ୍ୟର ଫଳ ଦେଇଛନ୍ତି । ଅନ୍ୟ ପକ୍ଷରେ ଝିଅକୁ ନିଜ ଘରକୁ ନେବା ପାଇଁ ଦୀପକ କରିଥିବା ଯୋଜନା ସମସ୍ତଙ୍କୁ ଅଶ୍ଚର୍ୟ୍ୟ କରିଥିଲା । ଦୀପକକୁ କୌଣସି ଚାକିରି ମିଳିଥିବାରୁ ସେ ଏପରି କରିଛନ୍ତି ବୋଲି କିଛି ଲୋକ ଭାବୁଥିବା ବେଳେ ପ୍ରକୃତ କଥା ଜାଣି ସମସ୍ତେ ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ । ଦୀପକଙ୍କ ଏହି କାମ ଭ୍ରୁଣ ହତ୍ୟା କରୁଥିବା ମାତା-ପିତାମାନଙ୍କୁ ଦ୍ୱିତୀୟ ଥର ଭାବିବାକୁ ବାଧ୍ୟ କରିବ ।