ଭୋପାଳ ଗୁଳିରେ ବିଜେଡି ଫାଳ : ସିମି ଏନକାଉଣ୍ଟରକୁ ନେଇ ରାଜନୀତି

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୋପାଳ ଏନକାଉଣ୍ଟରକୁ ନେଇ ପଲିଟିକ୍ସ । ଏପରିକି ଭୋପାଳ ଗୁଳିରେ ବିଜେଡି ଦୁଇ ଫାଳ ହୋଇଯାଇଛି । ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି । ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି କହିଛନ୍ତି, ନିରସ୍ତ୍ରଙ୍କୁ ଗୁଳି ମାରିବା ଠିକ୍ ହୋଇନାହିଁ । ସେପଟେ ଦଳର ଆଉ ଜଣେ ବରିଷ୍ଠ ସାଂସଦ ଭର୍ତୃହରି ମହତାବ କହିଛନ୍ତି, ପୋଲିସର ପଦକ୍ଷେପ ପ୍ରଶଂସନୀୟ । ତାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ । କେବଳ ଓଡିଶାରେ ନୁହେଁ ଏନକାଉଁଟରକୁ ନେଇ ସାରାଦେଶରେ ରାଜନୀତି ଜୋର୍ ଧରିଛି ।

ଭୋପାଳ ସେଂଟ୍ରାଲ ଜେଲରୁ ଫେରାର ୮ ସିମି ଆତଙ୍କବାଦୀଙ୍କୁ କାହିଁକି ହତ୍ୟା କରାଗଲା ବୋଲି ବିରୋଧୀଙ୍କ ପ୍ରଶ୍ନ । ସିମି ଆତଙ୍କବାଦୀଙ୍କୁ ଏନକାଉଂଟର ପଛରେ ଯୋଜନାବଦ୍ଧ ଷଡଯନ୍ତ୍ର ରାଜରହିଥିବା କହିଛନ୍ତି କଂଗ୍ରେସ ନେତା । ସେପଟେ ଘଟଣାକୁ ମାନବାଧିକାରର ଉଲ୍ଲଂଘନ କହି, ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ବାମଦଳ ଓ ଆମ ଆଦମୀ ପାର୍ଟି ।

ସେପଟେ ବିଜେପି କହିଛି ଏହା ବିରୋଧୀ ଭୋଟବ୍ୟାଙ୍କ ରାଜନୀତି । ଏନକାଉଣ୍ଟର ମାମଲାରେ ତଦନ୍ତ କରୁଛି ଏନଆଇଏ । କେଉଂ ପ୍ରିିସ୍ଥିତିରେ ଏନକାଉଂଟର ହେଲା ଏବଂ ଏହାର ଭିତିରି କଥା କଣ ସେନେଇ ତଦନ୍ତ ପରେ ସ୍ପଷ୍ଟ ହୋଇଯିବ । କିନ୍ତୁ ତା ପୂର୍ବରୁ ଭୋପାଳ ଏନକାଉଣ୍ଟର ରାଜନୀତି ବେଶ ସରଗରମ ହୋଇଯାଇଛି ।