ରିଲିଜ୍ ହେଲା ସିନେମା ‘ଭୂମି’ର ପ୍ରଥମ ପୋଷ୍ଟର

29

ରିଲିଜ୍ ହେଲା ମୁନ୍ନା ଭାଇଙ୍କ କମବ୍ୟାକ୍ ସିନେମା ‘ଭୂମି’ର ପ୍ରଥମ ପୋଷ୍ଟର । ପୋଷ୍ଟରରେ ମୁନ୍ନା ଭାଇ ତଥା ସଂଜୟ ଦତ୍ତଙ୍କ ଅଧା ଚେହେରା ନଜର ଆସିବା ସହିତ ତାଙ୍କ ମୁହଁରୁ ରକ୍ତ ବାହାରୁଥିବାରେ ଦେଖିବାକୁ ମିଳିଛି ।

ଏହି ସିନେମାରେ ଏକ ନୁଆ ଅବତାରରେ ନଜର ଆସିଛନ୍ତି ସଂଜୟ ଦତ୍ତ । ସିନେମା ‘ଭୂମି’ଟି ଏକ ଇମୋସନାଲ୍ ଡ୍ରାମା ଅଟେ । ଯାହା ଜଣେ ବାପ ଓ ଝିଅର ସଂପର୍କକୁ ନେଇ ଆଧାରିତ । ସିନେମାର ନିର୍ଦ୍ଦେଶନା ଓମଙ୍ଗ କୁମାର ଦେଇଥିବା ବେଳେ ଏହାର ପ୍ରଯୋଜକ ହେଉଛନ୍ତି ଭୁଷଣ କୁମାର । ସିନେମାରେ ସଂଜୟ ଦତ୍ତଙ୍କ ବ୍ୟତୀତ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାନ୍ତ ଗୁପ୍ତା ପ୍ରମୁଖ ଭୂମିକାରେ ଅଭିନୟ ମଧ୍ୟ ରହିଛି । ସେପ୍ଟେମ୍ବର ୨୨ରେ ଏହି ସିନେମାଟି ରିଲିଜ୍ ହେବାକୁ ଯାଉଛି ।