ଦୁଇ ଦିନ ପରେ ଆଜି ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି । ଅବଢ଼ା ବାହାର ପାଇଁ ସୁଆର ନିଯୋଗକୁ ମୁଖ୍ୟ ପ୍ରଶାସକଙ୍କ ଅନୁରୋଧ, ବାହାରି ପାରେ ଅବଢ଼ା

42

କନକ ବ୍ୟୁରୋ: ଦୁଇ ଦିନର ବାଦ ବିବାଦ ପରେ ଆଜି ଶ୍ରୀମନ୍ଦିରରେ ସକାଳୁ ନୀତି ଶୃଙ୍ଖଳିତ ଭାବେ ଚାଲିଛି । ସମସ୍ତ ସେବାୟତଙ୍କ ସହଯୋଗ ରହିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା । ଏହାସହ ମହାପ୍ରସାଦ ପ୍ରସ୍ତୁତ ପାଇଁ ସୁଆର-ମହାସୁଆର ସେବାୟତଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଗତ ଦୁଇଦିନ ଧରି ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ୨ଦିନ ଉପବାସରେ ରହିଥିଲେ ଠାକୁର । ଭକ୍ତଙ୍କୁ ମିଳିନଥିଲା ଅବଢା । ଅଚଳାବସ୍ଥା ଟାଳିବାକୁ ଗତକାଲି ରାତିରେ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ପରିଚାଳନା କମିଟି ବୈଠକ ।

ଏଥିରେ ନୀତି ଶୃଙ୍ଖଳିତ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ନୀତି ଶୃଙ୍ଖଳିତ ହେଲେ ଅବଢା କାଢିବାକୁ ସୁଆର-ମହାସୁଆର ସେବାୟତ ରାଜି ହୋଇଥିଲେ । ଏହା ପରେ ଆଜି ସକାଳୁ ନୀତି ଶୃଙ୍ଖଳିତ ଭାବେ ଚାଲିଛି । ତେବେ ବରାଦି ଅବଢା ବାହାରିବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି ।