ଭିତରକନିକାକୁ ମିଳିଲାନି ବିଶ୍ୱ ମାନ୍ୟତା ! ପୋଲାଣ୍ଡ ବୈଠକରେ କାଟ୍ ଖାଇଲା ପ୍ରସ୍ତାବ

22

କନକ ବ୍ୟୁରୋ: ବଉଳା କୁମ୍ଭୀର, ଅଲିଭ ରିଡଲେ କଇଁଛ ପାଇଁ ପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତାରୁ ବାଦ୍ ପଡିଛି । ପୋଲାଣ୍ଡର କ୍ରାକୋରେ ବସିଥିବା ବିଶ୍ୱ ହେରିଟେଜ୍ କମିଟି ଅଧିବେଶନରେ ଏହି ନିଷ୍ପତି ନିଆଯାଇଛି । ସର୍ବେକ୍ଷଣ କମିଟିର ନକାରାତ୍ମକ ଚିତ୍ର ଓ ରାଜ୍ୟସରକାର ଠିକ୍ ଭାବେ ତଥ୍ୟ ଉପସ୍ଥାପନ ନ କରିପାରିବାରୁ ସୁଯୋଗ ହାତଛଡା ହୋଇଛି ।

୨୦୦୬ ମସିହାରେ ରାଜ୍ୟ ସରକାର ଭିତକନିକାକୁ ଏହି ମାନ୍ୟତା ଦେବାକୁ ୟୁନେସ୍କୋକୁ ତଥ୍ୟ ସମ୍ବଳିତ ପ୍ରସ୍ତାବ ପଠାଇଥିଲେ । ୟୁନେସ୍କୋ ଏ ନେଇ ଅନୁଧ୍ୟାନ ବି କରିଥିଲା । ଭିତରକନିକାକୁ ୟୁନେସ୍କୋ ପ୍ରତିନିଧି ଦଳ ବୁଲି ଦେଖିଥିଲେ । ୨୦୧୬ ନଭେମ୍ବର ୪ରେ ଏନେଇ ଶେଷ ସର୍ବେକ୍ଷଣ କରାଯାଇଥିଲା । ତେବେ ପୋଲାଣ୍ଡରେ ବୈଠକ ବେଳେ ଅନ୍ତର୍ଜାତୀୟ ସର୍ବେକ୍ଷଣ ଟିମ୍ ଏଥିରେ ସନ୍ତୁଷ୍ଟ ହୋଇପାରିଲାନି । ଫଳରେ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତାରୁ ଭିତରକନିକା ବାଦ୍ ପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –