ଚାଲିଛି କୁମ୍ଭୀରଙ୍କ ପ୍ରଜନନ ଋତୁ, ଜୁଲାଇ ୩୧ ଯାଏଁ ବନ୍ଦ ରହିବ ଭିତରକନିକା ଓ ଶିମିଳିପାଳ

87

  ରାଜନଗର :  ଆଜିଠୁୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଭିତର କନିକା । ଏହି ସମୟରେ ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ କୁ ନିଷେଦ୍ଧ କରାଯାଇଛି । ଭିତରକନିକାରେ ପ୍ରବାହିତ ନଦୀନାଳରେ ରହୁଥିବା ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି । ସେମାନଙ୍କ ମିଳନ ପର୍ବରେ କୌଣସି ବାଧା ନଉପୁଜିବା ପାଇଁ ଏହି କଟକଣା ଜାରି କରାଯାଇଛି ।ପର୍ଯ୍ୟଟକ ଙ୍କୁ ଆକ୍ରମଣରେ କରିବାର ଅଧିକ ଆଶଙ୍କା ଥିବାରୁ ରାଜନଗର ବନଖଣ୍ଡ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସେହିପରି ବାଘ ଗଣନା ନେଇ ଶିମିଳିପାଳର ପିଠାବାଟ ଫାଟକ ଆଜିଠୁ ବନ୍ଦ ରହିବ । ମେ ୧ରୁ ୬ ପର୍ଯ୍ୟନ୍ତ ଏହି ଫାଟକ ପର୍ଯ୍ୟଟକଙ୍କ  ପାଇଁ ବନ୍ଦ ରହିବ । ତେବେ ଏହି ସମୟରେ ଶିମିଳିପାଳ ଅଭାୟାରଣ୍ୟ ସଂପୂର୍ଣ୍ଣ ବନ୍ଦ ରହିବ ନାହିଁ । ଶିମିଳିପାଳନର କାଳିଆପ୍ରସାଦ ଫାଟକ ଦେଇ ପର୍ଯ୍ୟଟକ ମାନେ ପ୍ରବେଶ କରିବା ସହ ବୃନ୍ଦାବନ-ତୁଳସୀବଣି ଫାଟକ ଦେଇ ବାହାରିବେ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର  ନିର୍ଦେଶକ ସୂଚନା ଦେଇଛନ୍ତି ।