କେନ୍ଦ୍ରାପଡ଼ା : ୧ରୁ ଖୋଲିବ ଭିତରକନିକା

33

କନକ ବ୍ୟୁରୋ : ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ପାଇଁ  ୩ ମାସ ଧରି ବନ୍ଦ ଥିବା ଭିତରକନିକା ଆସନ୍ତା ୧ ତାରିଖରେ ଖୋଲିବ । ଗତ ମେ’ ୧ ତାରିଖରୁ ଭିତରକନିକାକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ନିଷିଦ୍ଧ କରାଯାଇଥିଲା । ପ୍ରଜନନ ପ୍ରକ୍ରିୟା ସମୟରେ ବଉଳା କୁମ୍ଭୀରମାନେ ବାହ୍ୟ ଶତ୍ରୁଙ୍କ ଆକ୍ରମଣ ଆଶଙ୍କାରେ ହିଂସ୍ର ହୋଇ ପଡ଼ିଥାନ୍ତି । ଏବେ ବଉଳା କୁମ୍ଭୀରମାନେ ବସା ବାନ୍ଧି ଛୁଆ ଫୁଟାଇବା ଅପେକ୍ଷାରେ ଅଛନ୍ତି । ଅନ୍ୟପକ୍ଷରେ ବର୍ଷା ଋତୁ ଆଗମନରେ ପକ୍ଷୀ ବିହାର ବଗଗହନ ସମେତ ଶୁଆଯୋର, ମଠ ଆଡିଆରେ ପ୍ରାୟ ୬୦ ହଜାର ଦେଶୀୟ ପକ୍ଷୀମାନଙ୍କ ସମାଗମ ହୋଇଛିି ।