ପ୍ରତିଷ୍ଠା ଦିବସରେ ବିଜେଡିକୁ ଗୋଟିଏ ମାସର ଦରମା ଦେଲେ ଦଳୀୟ ନେତା ଓ କର୍ମୀ ।

207

କନକ ବ୍ୟୁରୋ : ଦଳ ପାଇଁ ଗୋଟିଏ ମାସର ଦରମା ଦେଲେ ବିଜେଡି ବିଧାୟକ, ସାଂସଦ ଓ କର୍ମୀ । ବିଜେଡିର ୨୧ ତମ ପ୍ରତିଷ୍ଠା ଦିବସରେ ଦଳୀୟ ପାଣ୍ଠିକୁ ଏହି ଦରମା ପ୍ରଦାନ କରିଛନ୍ତି ବିଜେଡି ନେତା ଓ କର୍ମୀ । ମଞ୍ଚ ଉପରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରଥମେ ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ନିଜ ଗୋଟିଏ ମାସର ଦରମା ଦଳୀୟ ପାଣ୍ଠିକୁ ଚେକ୍ ଆକାରରେ ପ୍ରଦାନ କରିଛନ୍ତି ।

ପରେ ଦଳର ଅନ୍ୟ ବିଧାୟକ, ସାଂସଦ ଓ କର୍ମୀ ମାନେ ଦଳୀୟ ପାଣ୍ଠିକୁ ଗୋଟିଏ ମାସର ଦରମା ଚେକ୍ ଆକାରରେ ପ୍ରଦାନ କରିଥିଲେ । ବିଜେଡି ନିଜର ୨୧ ତମ ପ୍ରତିଷ୍ଠା ଦିବସ ପାଳନ କରିବା ପୂର୍ବରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀ ମାନଙ୍କୁ ଚିଠି ଲେଖି ଗୋଟିଏ ମାସର ଦରମା ଦଳୀୟ ପାଣ୍ଠିକୁ ଦେବାକୁ ଅନୁରୋଧ କରିଥିଲେ । ଏହା ସହିତ ପ୍ରତି ଜିଲ୍ଲାରୁ ଯେଉଁ ଶୁଭେଚ୍ଛୁ ଓ ସମର୍ଥକ ବିଜେଡି ଦଳକୁ ପାଣ୍ଠି ସଂଗ୍ରହ କରିବାରେ ସହଯୋଗ କରିବାକୁ ଚାହୁଁଛନ୍ତି ସେମାନେ ଚେକ୍ କିମ୍ବା ଅନଲାଇନରେ ଦେବା ପାଇଁ ଚିଠିରେ କୁହାଯାଇଛି ।

ବିଜେଡି ପ୍ରତିଷ୍ଠା ଦିବସରେ ଦଳୀୟ ସୁପ୍ରିମୋ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱରକୁ ଶାଣିତ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରସଙ୍ଗରେ ୯ଟି ପ୍ରଶ୍ନ ପଚାରିବା ସହ ଏହାର ଜବାବ ମାଗିଛନ୍ତି ନବୀନ ।