ରାଜନୀତିରେ ଭର୍ତ୍ତୃହରି ନିଆଁ ! ଅନ୍ଦରମହଲର ଗୁମର ମିଡିଆରେ ଖୋଲି ବିବାଦରେ କଟକ ସାଂସଦ

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟ ରାଜନୀତିରେ ଭର୍ତ୍ତୃହରି ଝଡ । ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିବାଦୀୟ ବୟାନକୁ ନେଇ ଚାଂଚଲ୍ୟ ଖେଳିଯାଇଛି । ସାଂସଦ କହିଛନ୍ତି, କଂଗ୍ରେସ ସହ ମେଂଟ କଥା ସେ ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ଉଠାଇଥିଲେ ।

ଶ୍ରୀ ମହତାବ ଆହୁରି ମଧ୍ୟ କହିଛନ୍ତି ବିଜେପି ବିରୋଧରେ ଲଢିବାକୁ ହେଲେ ଅନ୍ୟ କୌଣସି ବିକଳ୍ପ ନାହିଁ । ଏହା ସହ ସେ କହିଛନ୍ତି ସିବିଆଇରୁ ଖସିବା ପାଇଁ ବିଜେପି ସହ ସଲାସୁତରା କରୁଛି ବିଜେଡି । କିନ୍ତୁ ବିଜେପି ବିରୋଧରେ ଡ୍ରାମା କରୁଛି । ଭର୍ତ୍ତୃହରି ମହତାବଙ୍କ ଏହି ଚାଚଲ୍ୟକର ବୟାନର ଅଡିଓ ଟେପ୍ କନକ ନ୍ୟୁଜର ହସ୍ତଗତ ହୋଇଛି  ।

ଗୋଟିଏ ପଟେ ବିଜେପିକୁ ବିରୋଧ କରିବ ଅନ୍ୟପଟେ ସିବିଆଇ କେସର କେମିତି ସମାଧାନ ହେବ ସେନେଇ ବିଜେପି ସହିତ ସଲାସୁତରା କରିବ । ଦୁଇଟି କଥା ଏକାସାଙ୍ଗରେ କେମିତି ହେବ ବୋଲି ପ୍ରଶ୍ନ କରିଥିଲେ ଭର୍ତ୍ତୃହରି । ଆଜି କଥା ବଦଳାଇଛନ୍ତି ବିଜେଡିର ଏହି ବରିଷ୍ଠ ସାଂସଦ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି ।