ଭର୍ତୃହରିଙ୍କ ଲେଖାକୁ ନେଇ ବିଜେଡିରେ ଭୂକମ୍ପ : ସାଂସଦ ଲେଖିଲେ ଅସମ୍ମାନ ଯୋଗୁଁ ଛାଡିଥିଲେ କଂଗ୍ରେସ

29

କନକ ବ୍ୟୁରୋ : ବିଜେଡିରେ ବୋମା ପକାଇଛନ୍ତି ଭର୍ତୃହରି । ଦୈନିକ ଖବର କାଗଜ ପ୍ରଜାତନ୍ତ୍ରରେ ଭର୍ତୃହରି ଲେଖିଛନ୍ତି, ତାଂକୁ ଅସମ୍ମାନ କରାଯାଇଥିବାରୁ ୧୯୯୬ରେ ସେ କଂଗ୍ରେସ ଛାଡିଥିଲେ । ଲୋକସଭାରେ ବିଜେଡିର ଏହି ସଂସଦୀୟ ଦଳ ନେତା ଲେଖିଛନ୍ତି, ଯଦି ଆବଶ୍ୟକ ପଡେ ତେବେ ସେ ଏହି ଦାୟିତ୍ୱରୁ ଅବ୍ୟାହତି ନେଇଯିବେ ।

ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରେ ଭର୍ତୃହରିଙ୍କ ଏଭଳି ଲେଖା ବିଜେଡି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ସେ ଆହୁରି ମଧ୍ୟ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପଂଚାୟତ ସମୀକ୍ଷା ବୈଠକକୁ ନେଇ । ଏହି ବୈଠକରେ ହାରିଥିବା ନେତାଙ୍କୁ ସାମିଲ ନକରାଯିବା ଦଳରେ ଫାଟକୁ ଆହୁରି ବଢାଇଦେବ ବୋଲି ଚେତାବନୀ ଦେଇଛି ।

ଦେଖନ୍ତୁ ଏହି ରିପୋର୍ଟ