ସୁପ୍ରିମୋଙ୍କ ନିଷ୍ପତି ସାଂସଦଙ୍କ ପ୍ରଶ୍ନ ! କେବଳ ମୋଦିଙ୍କ ଫୋନ୍ ପରେ କାହିଁକି କୋବିନ୍ଦଙ୍କୁ ସମର୍ଥନ କଲେ ମୁଖ୍ୟମନ୍ତ୍ରୀ

40

କନକ ବ୍ୟୁରୋ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ନବୀନଙ୍କ ସମର୍ଥନ ନେଇ ପ୍ରଶ୍ନ ଉଠାଇଛନ୍ତି ଦଳର ସାଂସଦ ଭର୍ତ୍ତୃହରି ମହତାବ । ନିଜ ସମ୍ପାଦକୀୟରେ ଭର୍ତ୍ତୃହରି ପ୍ରଶ୍ନ କରିଛନ୍ତି- ମୋଦିଙ୍କ ଗୋଟିଏ ଫୋନ୍ କଲ୍ ପରେ କେମିତି ନିଷ୍ପତି ନେଇଗଲେ ନବୀନ । ବିରୋଧୀଙ୍କ ପ୍ରାର୍ଥୀ ଘୋଷଣାକୁ କାହିଁକି ଅପେକ୍ଷା କରାଗଲା ନାହିଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥାରେ ଭର୍ତ୍ତୃହରି ଲେଖିଛନ୍ତି, ଏହି ପ୍ରଶ୍ନର ଉତ୍ତର, ବିଜେଡି ପାଖରେ ନାହିଁ । ପ୍ରଥମ ଥର ପାଇଁ ରାମନାଥ କୋବିନ୍ଦଙ୍କୁ ନବୀନଙ୍କ ସମର୍ଥନ ପରେ ଦଳ ଭିତରେ ଏଭଳି ଏକ ବିଦ୍ରୋହର ସ୍ୱର ଉଠିଛି । ବିଜେଡି ମୁଖପାତ୍ର କହିଛନ୍ତି, ଏଭଳି ଲେଖିବା ପୂର୍ବରୁ ସାଂସଦ ଭର୍ତ୍ତୃହରି ଦଳୀୟ ମହଲରେ କଥା ହେବା ଦରକାର ।