କଟକ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଭର୍ତ୍ତୃହରି ମହତାବ । ସମର୍ଥକଙ୍କ ସହ ଯାଇ ଭରିଲେ ପ୍ରାର୍ଥୀପତ୍ର

ସେପଟେ କଟକ ଚୌଦ୍ୱାରା ବିଧାନସଭା ପ୍ରାର୍ଥୀ ସୌଭିକ ବିଶ୍ୱାଳ ବି ଆଜି କରିବେ ନାମାଙ୍କନ

167

କନକ ବ୍ୟୁରୋ: କଟକ ଲୋକସଭା ଆସନରେ ଏଥର ହେବ ଜୋରଦାର ଲଢେଇ । ବିଜେଡି ଏଠାରୁ ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିଛି । ଭର୍ତୃହରି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବରିଷ୍ଠ ବିଜେଡି ନେତୃବୃନ୍ଦଙ୍କ ଉପସ୍ଥିତିରେ ଭର୍ତୃହରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭର୍ତୃହରିଙ୍କ ବିରୋଧରେ ବିଜେପିରୁ ପ୍ରକାଶ ମିଶ୍ର ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ପଂଚାନନ କାନୁନଗୋଙ୍କୁ ପ୍ରାର୍ଥୀ କରିଛି । ଭର୍ତୃହରି ମହତାବ ଏହି ଆସନରୁ ବିଜେଡି ଟିକେଟରେ ଲଗାତାର ୧୯୯୮ ମସିହାରୁ ଜିତିଆସୁଛନ୍ତି । କଟକ-ଚୌଦ୍ୱାର ଆସନରୁ ବି ଆଜି ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ସୌଭିକ ବିଶ୍ୱାଳ । ଏକ ସମାବେଶରେ ଯାଇ ସେ ପ୍ରାର୍ଥୀପତ୍ର ଦାଖଲ କରିବେ ।