ଆର୍ଟିକିଲ୍ ଲେଖି ପରୋକ୍ଷରେ ଦାମଙ୍କୁ ଟାର୍ଗେଟ୍ କଲେ ଭର୍ତ୍ତୃହରି : କହିଲେ, କାମ ଅପେକ୍ଷା କଥା ବେଶି

36

କନକ ବ୍ୟୁରୋ : ଭର୍ତ୍ତୃହରି ମହତାବଙ୍କ ସାପ୍ତାହିକ ଲେଖା ପୁଣି ବିବାଦ ସୃଷ୍ଟି କରିଛି । ପ୍ରଜାତନ୍ତ୍ରରେ ପ୍ରକାଶିତ ଭର୍ତ୍ତୃହରିଙ୍କ ଆଜିର ଲେଖା ଉପରେ କଟାକ୍ଷ କରିଛନ୍ତି କୃଷି ମନ୍ତ୍ରୀ ଡା. ଦାମୋଦର ରାଉତ । ଭର୍ତ୍ତୃହରି ଆଜି ଲେଖିଥିଲେ- କୃଷି ମନ୍ତ୍ରୀ ଅର୍ଥାତ୍ ଦାମ ରାଉତ କହୁଛନ୍ତି, ଚାଷୀଙ୍କ ଅଭାବୀ ବିକ୍ରି ସମସ୍ୟା ସଂପର୍କରେ କେହି ତାଙ୍କ ପାଖରେ ଫେରାଦ ହୋଇନାହାନ୍ତି । ଦାମ ବାବୁ ପୂର୍ବରୁ ସମବାୟ ମନ୍ତ୍ରୀ ଥିଲେ । ଓଡ଼ିଶାର ଚାଷୀଙ୍କ ଭାଗ୍ୟ ପରିବର୍ତ୍ତନ କରିବାରେ ସେ ଯଦି ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱ ଦିଅନ୍ତେ ଓ ଏଗ୍ରୋ-ଇଣ୍ଡଷ୍ଟ୍ରିକୁ ପ୍ରାଧାନ୍ୟ ଦିଅନ୍ତେ ତେବେ ଓଡ଼ିଶାର ଚିତ୍ର ନିଶ୍ଚିତ ଭାବେ ବଦଳିଯାଆନ୍ତା । ଏବେ ଆମ ରାଜ୍ୟରେ କଥା ଅପେକ୍ଷା କାମରେ ଗୁରୁତ୍ୱ ଦିଆଯାଉ ।

ଉତ୍ତରରେ ଦାମ ବାବୁ କହିଛନ୍ତି- ରାୟଗଡ଼ାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠାରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି । ମାତ୍ର କେନ୍ଦ୍ର ମନ୍ତ୍ରୀ ଏହାକୁ ଉଦଘାଟନ କଲେ । ଅନ୍ୟପଟରେ ବାଲୁଗାଁ ଓ ଖୋର୍ଦ୍ଧାରେ ଫୁଡ୍ ପାର୍କ ହୋଇପାରିଲା ନାହିଁ । ସେ ନେଇ ଭର୍ତ୍ତୃହରି ସଂସଦରେ କେତେଥର ପ୍ରଶ୍ନ ଉଠାଇଛନ୍ତି? ଭର୍ତ୍ତୃହରି କଥା ବେଶୀ କହୁଛନ୍ତି-ଲେଖା ଜାଣିଛନ୍ତି । ଭର୍ତ୍ତୃହରି ବାବୁଙ୍କର ବଡ଼ କାଗଜ ରହିଛି, ହେଲେ ତାଙ୍କର ଛୋଟ କାଗଜ ରହିଛି । ସେ ତାକୁ ପଢ଼ିଲେ ଠିକ୍ କଥା ଜାଣିପାରିବେ ।