ବିଜେଡି ସାଂସଦଙ୍କ ମୋଦି ଗୁଣଗାନ ! ନିଜ ଖବର କାଗଜରେ ଭର୍ତ୍ତୃହରି ମହତାବ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

55

କନକ ବ୍ୟୁରୋ : ଅମିତ ଶାହଙ୍କୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଥିବା ବେଳେ ବିଜେଡି ସାଂସଦଙ୍କ ମୋଦି ଗୁଣଗାନ । ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ନିଜ ଖବର କାଗଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିବାକୁ ନେଇ ରାଜ୍ୟ ରାଜନୀତିରେ ପୁଣି ଆଲୋଡନ ସୃଷ୍ଟି ହୋଇଛି । ମହତାବ ନିଜ ସ୍ତମ୍ଭ ସପ୍ତାହନ୍ତ ବିଚାରରେ ଦେଶ ଦୀର୍ଘ ଦିନ ପରେ ଜଣେ ଦୃଢ ଇଛାଶକ୍ତି ପୋଷଣ କରୁଥିବା ନେତା ପାଇଛି ବୋଲି କହିଛନ୍ତି ।

ଏପରିକି ମୋଦିଙ୍କ କାର୍ଯ୍ୟକାଳ ବେଳେ ଦେଶର ଆର୍ଥିକ ପରିସ୍ଥିତି ମଧ୍ୟ ଉଜ୍ଜ୍ୱଳ ହୋଇଥିବା ଉଲ୍ଲେଖ କରିଛନ୍ତି । ଏହା ସହିତ ମୋଦି ସରକାରଙ୍କୁ କିଛି ପରାମର୍ଶ ଦେଇଛନ୍ତି ଏହି ବରିଷ୍ଠ ସାଂସଦ । ଭର୍ତ୍ତୃହରିଙ୍କ ଏହି ଆର୍ଟିକଲକୁ ପ୍ରଶଂସା କରି ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ନେତା ମୋଦିଙ୍କୁ ଗାଳିଗୁଲଜ କରୁଛନ୍ତି, କିନ୍ତୁ ତାଜମହଲ ଉପରକୁ ଛେପ ପକାଇଲେ ଛେପ ନିଜ ମୁଁହରେ ପଡିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପଟେ ବିରେଧୀଦଳ ନେତା ନରସିଂହ ମିଶ୍ର ବିଜେଡି ନେତାଙ୍କ ମୋଦି ଗୁଣଗାନକୁ ନେଇ ଉଭୟ ପରସ୍ପରଙ୍କ ବନ୍ଧୁ ବୋଲି କଟାକ୍ଷ କରିଛନ୍ତିି ।