ବିଜେଡିରେ ବର୍ଷାଦିନିଆ ପୋକ ! ଦଳୀୟ ନେତାଙ୍କ ଉପରେ ପୁଣି ଭର୍ତ୍ତୃହରିଙ୍କ କ୍ଷୋଭ

34

କନକ ବ୍ୟୁରୋ : ଖବରକାଗଜ ଲେଖା ଉପରେ ଟିପ୍ପଣୀ କରିଥିବା ବିଜେଡି ନେତାଙ୍କୁ ପୁଣି ଟାର୍ଗେଟ୍ କଲେ ଭର୍ତ୍ତୃହରି । ବିଜେଡିରେ ବର୍ଷା ଦିନିଆ ପୋକ ଅଛନ୍ତି, ଯାହାଙ୍କୁ ଧରିଲେ ହାତ ଗନ୍ଧାଇବ । ଏଭଳି ବ୍ୟଙ୍ଗତ୍ମକ ଶୈଳୀରେ ସମାଲୋଚନା କରୁଥିବା ନେତାଙ୍କୁ ମହଁତୋଡ ଜବାବ ଦେଇଛନ୍ତି କଟକ ସାଂସଦ । ତାଙ୍କ ଆଲେଖ୍ୟରେ ବିଜେଡିରେ ଫାଟ କଥା ଉଠାଇଥିବାବେଳେ ନେତାମାନେ ଏହାକୁ ନବୁଝି ଦଳରେ ବିଭାଜନ କଥା କହୁଛନ୍ତି ବୋଲି ଭର୍ତ୍ତୃହରି କହିଛନ୍ତି ।