ପଞ୍ଜାବୀ ପରମ୍ପରା ଅନୁସାରେ କମେଡିଆନ ଭାରତୀ ସିଂ କଲେ ରୋକା! ଘରେ ବାଜିବ ଶାହାନାଈ

74

କମେଡିଆନ ଭାରତୀ ସିଂଙ୍କ ଘରେ ବାଜିବ ଶାହାନାଈ । ନିଜର ମଜାଳିଆ ସ୍ୱଭାବ, ଫନି ଲୁକସ୍ ଓ କମେଡି ଟାଇମିଙ୍ଗରେ ସମସ୍ତଙ୍କୁ ହସାଉଥିବା ଭାରତୀ ଖୁବ୍ ଶ୍ରୀଘ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଗତ ରବିବାର ଭାରତୀ ତାଙ୍କ ବୟଫ୍ରେଣ୍ଡ ହର୍ଷ ଲିମ୍ବାଚୀଆଙ୍କ ସହ ନିଜର ପରିବାର ଓ କିଛି ଅନ୍ତରଙ୍ଗ ବନ୍ଧୁଙ୍କ ଗହଣରେ ପଞ୍ଜାବୀ ପରମ୍ପରା ଅନୁସାରେ କରିଛନ୍ତି ରୋକା । ହର୍ଷ ହେଉଛନ୍ତି “କମେଡି ନାଇଟସ ବଚାଓ’ର ଲେଖକ ଏବଂ ବିଗତ ଦୁଇ ବର୍ଷ ହେଲା ସେମାନେ ରିଲେସନସିପରେ ଥିଲେ ବୋଲି ଜଣାପଡିଛି।

ଏଇ ରୋକା ଉତ୍ସବରେ କୃଷ୍ଣା ଅଭିଷେକ,କଶ୍ମୀରା ଶାହା ଓ “କମେଡି ନାଇଟସ ବଚାଓ’ର ପ୍ରଯୋଜକ ବିପୁଳ ଡି ଶାହା ମଧ୍ୟ ଉପସ୍ଥିତ ଥିଲେ । କେବଳ ଏତିକି ନୁହଁ କ୍ରୀଷ୍ଣା,ଉକ୍ତ ପାର୍ଟିରେ ଠୁମକା ମଧ୍ୟ ଲଗାଇଥିବାର ନଜର ଆସିଥିଲେ । ହର୍ଷ ଓ ଭାରତୀ ଏବର୍ଷ ନଭେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ଏବଂ ଏବର୍ଷ ଏହାସହ ଆସୁଥିବା “ନଚ ବଲିୟେ’ ସିଜିନରେ ମଧ୍ୟ ଭାଗ ନେବେ ବୋଲି ସୂଚନା ମିଳିଛି ।