ପୁଣି ଲାଗିବ କମେଡିର ତଡକା ! କପିଲଙ୍କ ସୋ’ରେ ଯୋଗ ଦେଲେ ଭାରତୀ ସିଂହ

27

ପୁଣି ଲାଗିବ କମେଡିର ତଡକା । କପିଲଙ୍କ ସୋ’ରୁ ଛାଡିଯିବ ଗ୍ରହଣ । କାରଣ ଦର୍ଶକଙ୍କୁ ହସାଇବା ପାଇଁ କପିଲ୍ ଶର୍ମାଙ୍କ ସୋ’ରେ ଏଂଟ୍ରି କରିଛନ୍ତି ସମସ୍ତଙ୍କ ଅତିପ୍ରିୟ ଭାରତୀ ସିଂହ । ସୋ’ରେ ‘ବବଲୀ’ ନାମକ ଭୂମିକାରେ ଅଭିନୟ କରିବେ ଭାରତୀ ।

ତେବେ ପ୍ରଥମେ ଶୁଣିବାକୁ ମିଳିଥିଲା ଯେ କପିଲଙ୍କ ପ୍ରଡକ୍ସନ୍ ଟିମ୍ ଲେଖିଥିବା ଚରିତ୍ର ଭାରତୀଙ୍କ ପସନ୍ଦ ନ ହେବାରୁ ସେ ସୁଟିଂ ସେଟରୁ ଚାଲିଯାଇଥିଲେ । ପରେ ପ୍ରେମିକ ହର୍ଷଙ୍କ ଦ୍ୱାରା ଲେଖାଯାଇଥିବା ‘ବବଲୀ’ ଚରିତ୍ର ତାଙ୍କର ପସନ୍ଦ ଆସିବାରୁ ସୋ’କୁ ଫେରିଥିଲେ । ସୁଟିଂ ସେଟର ଏକ ଫଟୋ ମଧ୍ୟ ଭାରତୀ ସେୟାର୍ କରିଛନ୍ତି ।

ପୂର୍ବରୁ ଚନ୍ଦନ ପ୍ରଭାକର ସୋ’କୁ ଫେରି ସାରିଛନ୍ତି । ଆଉ ଏବେ ଭାରତୀ ଆସିବା ପରେ ପ୍ରଶଂସକମାନେ ଆଶା ରଖିଛନ୍ତି ଏହା ସୋ’ର ଟିଆରପି ବଢାଇବାରେ ସାହାଯ୍ୟ କରିବ । କିଛି ଦିନ ତଳେ ସୁନୀଲ୍ ଗ୍ରୋଭରଙ୍କ ସହ କପିଲଙ୍କ ଝଗଡା ହେବା ପରେ ଯେମିତି ତାଙ୍କ ସୋ’ରେ ଗ୍ରହଣ ଲାଗିଯାଇଥିଲା । କାରଣ ଜଣେ ପରେ ଜଣେ ସମସ୍ତ କଳାକାର ସୋ’ ଛାଡି ଦେଇଥିଲେ । କପିଲ୍ ମଧ୍ୟ ଏଥିପାଇଁ ଖୁବ୍ ସମାଲୋଚିତ ହୋଇପଡିଥିଲେ ।