ଜିଓକୁ ଟକ୍କର ଦେଲା ଏୟାରଟେଲ୍ ! ଆଣିଲା ଗ୍ରାହକଙ୍କ ପାଇଁ ଆକର୍ଷକ ଅଫର

30

ଭାରତୀୟ ଏୟାରଟେଲ୍ ଏବେ ଆକର୍ଷକ ପ୍ଲାନ୍ ସହ ଟେଲିକମ୍ ମୈଦାନକୁ ଓହ୍ଲେଇଛି । ଜିଓକୁ ଦେବ କଡା ଟକ୍କର । ନିଜର ୫୯ ଟଙ୍କାର ପ୍ଲାନରେ କିଛି ଆକର୍ଷକ ପରିବର୍ତ୍ତନ କରିଛି । କଂପାନୀ ଏବେ ୫୯ ଟଙ୍କାର ପ୍ଲାନରେ ୨୭ ଦିନ ପାଇଁ ଅସିମୀତ ଭଏସ୍ କଲ୍ , ରୋମିଂ କଲ୍ ଓ ୫୦୦ MB ଡାଟା ଦେଉଛି । କୌଣସି ଟେଲିକମ୍ କଂପାନୀ ଏତେ କମ୍ ଦାମରେ ୨୭ ଦିନ ପାଇଁ ଏମିତି ଅଫର ଦେଇନାହାଁନ୍ତି ।

ଏହି ପ୍ଲାନ ସୁବିଧାକୁ ବର୍ତ୍ତମାନ କୋଲକତାର ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଆଶା କରାଯାଉଛି କି କଂପାନୀ ଖୁବ୍ ଶୀଘ୍ର ଏହାର ବିସ୍ତାର ଅନ୍ୟ ବଜାରରେ ମଧ୍ୟ କରିବ । ଦ୍ୱିତୀୟ ସର୍କଲଗୁଡିକରେ ଏୟାରଟେଲ୍ ପ୍ରିପେଡ୍ ପ୍ରମିଜ୍ ସ୍କିମ୍ ଅନୁସାରେ ୫୯ ଟଙ୍କାରେ ପ୍ଲାନରେ ଅସିମୀତ କଲ୍ , ରୋମିଂ କଲ୍ , ପ୍ରତିଦିନ ୧୦୦ SMS ଓ ୫୦୦ MB ଡାଟା ଦିଆଯାଉଅଛି । ଏହାର ଭାଲିଡିଟି କେବଳ ୭ ଦିନ ଦିଆଯାଉଛି । କୋଲକତାର ଏହି ପ୍ଲାନ କଥାକୁ ବିଚାରକୁ ନେଲେ ଏଥିରେ ୟୁଜରଙ୍କୁ କେବଳ ଡାଟା ସହ ଭଏସ୍ କଲିଂର ସୁବିଧା ଦିଆଯାଉଛି । ଏହି ପ୍ଲାନ୍ ସେହି ଲୋକଙ୍କ ପାଇଁ ଯେଉଁମାନେ ସୁହାଇଲା ଭଳି ଭଏସ୍ କଲିଂ ପ୍ଲାନ୍ ଚାହୁଁଛନ୍ତି । ଅନ୍ୟପଟେ ଜିଓର ପ୍ଲାନ ବିଷୟରେ ଯଦି ଦେଖିବା ଏମିତି ଅଫର୍ ଜିଓର ନାହିଁ । ଜିଓର ୫୨ ଟଙ୍କିଆ ପ୍ଲାନରେ ଅସୀମିତ ଭଏସ୍ କଲ୍ , ପ୍ରତିଦିନ ୧୫୦MB ଡାଟା ଓ ୭୦ SMS ଦିଆଯାଉଛି । ଏହାର ଅବଧି ୭ ଦିନ ଯାଏ ରହିଛି ।

ଏହା ବ୍ୟତୀତ ଜିଓର ଛୋଟ ରିଚାର୍ଜ ବିଷୟରେ ଆଲୋଚନା କରିବାତ କଂପାନୀ ପାଖରେ ୧୯ ଟଙ୍କିଆ, ୫୨ଟଙ୍କିଆ ପ୍ଲାନ ରହିଛି । ୧୯ ଟଙ୍କିଆ ପ୍ଲାନର ଅବଧି ୧ଦିନ ଅଟେ । ଏବଂ ଏଥିରେ ୦.୧୫GB ଡାଟା ଦିଆଯିବ । ୫୨ ଟଙ୍କିଆ ପ୍ଲାନ ୭ ଦିନର ଅବଧି ରହିବ । ଯେଉଁଥିରେ ୧.୦୫GBଡାଟା ଦିଆଯିବ । ଏବଂ ୯୮ ଟଙ୍କା ପ୍ଲାନର ଭାଲିଡିଟି ୧୪ ଦିନର ହେବ । ଯେଉଁଥିରେ ୨.୧GB ଡାଟା ଦିଆଯିବ । ଏହି ପ୍ଲାନରେ ଅସିମୀତ କଲ୍ , ଜିଓ ଆପ୍ସର ସବ୍ସକ୍ରିପସନ ଓ SMSର ମଧ୍ୟ ଫାଇଦା ମିଳିବ ।

(ସୌଜନ୍ୟ- ଆଜତକ୍ )