ବିଜୁଙ୍କୁ ମିଳୁ ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ! ଦିଲ୍ଲୀପ ଉଠାଇଲେ ପୁରୁଣା ଦାବି, କହିଲେ ପ୍ରବାଦ ପୁରୁଷଙ୍କୁ ପୁରସ୍କାରରେ ବିଳମ୍ବ ନୈରାଶ୍ୟଜନକ

569

କନକ ବ୍ୟୁରୋ : ଓଡ଼ିଶାର ବରପୁତ୍ରଙ୍କୁ ମିଳୁ ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ । ପ୍ରବାଦ ପୁରୁଷ, ବିଚକ୍ଷଣ ରାଜନୀତିଜ୍ଞ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କୁ ଭାରତ ରତ୍ନ ସମ୍ମାନର ହକଦାର ବୋଲି ଫେସବୁକ୍ ପୋଷ୍ଟ ମାଧ୍ୟମରେ ଦାବି କରିଛନ୍ତି ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ଓଡ଼ିଶା ମାଟି ପାଇଁ ବରପୁତ୍ର ବିଜୁବାବୁ ସମସ୍ତ ଦେଶବାସୀଙ୍କ ମଧ୍ୟରେ ଚିରଜୀବିତ ଅଛନ୍ତି । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ସେ ବେଶ୍ ପ୍ରେରଣାଦାୟୀ । ଓଡ଼ିଶା ପ୍ରତି ବିଜୁବାବୁଙ୍କ ଅବଦାନ ଓ ବିରଳ ବ୍ୟକ୍ତିତ୍ୱ ଯୋଗୁଁ ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିିତ କରାଯିବା ଉଚିିତ । ଯଦ୍ୱାରା ଲକ୍ଷ ଲକ୍ଷ ଓଡ଼ିଆଙ୍କ ସ୍ୱାଭିମାନକୁ ସମ୍ମାନ ମିଳିପାରିବ ।

ଦିଲ୍ଲୀପ ରାୟ ଫେସବୁକ ପୋଷ୍ଟ ମାଧ୍ୟମରେ କହିଛନ୍ତି ୧୮ ମାର୍ଚ୍ଚ,୨୦୧୫ରେ ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ପ୍ରଧାନମନ୍ତୀଙ୍କୁ ଅନୁରୋଧ କରିଥିଲି । ହେଲେ ଏତେ ଦିନ ପରେ ବି କୌଣସି ନିଷ୍ପତି ନିଆହୋଇନାହିଁ । ସବୁଠାରୁ ନୈରାଶ୍ୟଜନକ ଘଟଣା ହେଲା କେନ୍ଦ୍ର ସରକାର ଏ ସମ୍ମନ୍ଧରେ କୌଣସି ନିଷ୍ପତ୍ତି ନେଇନାହାନ୍ତି । ବିଜୁ ବାବୁ ଅନ୍ତର୍ଜାତୀୟ ସ୍ତରରେ ଜଣେ ବଡ଼ ନେତା । ତାଙ୍କ ପରି ବିରଳ ବ୍ୟକ୍ତିତ୍ୱ ଖୁବ ଦେଖିବାପାଇଁ ମିଳେ । ଯେଉଁଥିପାଇଁ ବିଦେଶ ସରକାର ମଧ୍ୟ ତାଙ୍କୁ ପୁରସ୍କୃତ କରିଛନ୍ତ । ହେଲେ କେନ୍ଦ୍ର ସରକାର ଏଯାଏଁ କିଛି କରିନାହାନ୍ତି ।

ବିଜୁ ବାବୁଙ୍କୁ ଭାରତ ରତ୍ନ ମିଳୁ ବୋଲି ଓଡ଼ିଶା ବିଧାନସଭାରେ ଏକ ବିଲ ତିଆରି ହୋଇଥିଲା ହୋଇଥିଲା । ଆଉ ପରେ ବିଜୁବାବୁଙ୍କ ଉପଲବ୍ଧିକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖା ଲେଖାଯାଇଥିଲ । ଖୁବ ଶୀଘ୍ର ଏଦିଗରେ ନିଷ୍ପତି ନିଆଯିବ ବୋଲି ଆଶା କରିଥିଲେ ଲକ୍ଷ ଲକ୍ଷ ଓଡ଼ିଆ । ହେଲେ ସବୁ ଆଶା ଆଶାରେ ରହିଯାଇଥିଲା ।

ଏହାବ୍ୟତୀତ ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ଜଣେ ଦିଗ୍ଗଜ ନେତା ପ୍ରଣବ ମୁଖାର୍ଜୀ, ସମାଜସେବୀ ନାନାଜୀ ଦେଶମୁଖ ଓ ଗାୟକ ଭୂପେଶ ହଜାରିକାଙ୍କୁ ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କରୁଥିବା ନିଷ୍ପତ୍ତିକୁ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ଦିଲ୍ଲୀପ । ଏହାଦ୍ୱାରା ସମାଜରେ ତାଙ୍କ ଯୋଗଦାନକୁ ପରିଚୟ ମିଳପାରିବ । ଏବେ ୪ ବର୍ଷ ବ୍ୟବଧାନରେ ଭାରତ ରତ୍ନ ପୁରସ୍କାର ପ୍ରଦାନ କରରାଯାଉଛି । ହେଲେ ବିଜୁ ବାବୁଙ୍କ ପାଇଁ ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ର ସରକାର ନିଷ୍ପତ୍ତି ନେଇନଥିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଦିଲ୍ଲୀପ ରାୟ ।