କଟକ ସହିଦ ଭବନରେ ଅନୁଷ୍ଠିତ ହୋଇଛି ଭାରତ ମସଲାର ସମ୍ବର୍ଦ୍ଧନା ସଭା

24

କନକ ବ୍ୟୁରୋ : କଟକ ସହିଦ ଭବନରେ ଅନୁଷ୍ଠିତ ହୋଇଯାଇଛି ଭାରତ ମସଲା ସମ୍ବର୍ଦ୍ଧନା ସଭା । ୧୮ ବର୍ଷରେ ପଦାର୍ପଣ କରିଥିବା ଭାରତ ମସଲା ପକ୍ଷରୁ ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କୁ କରାଯାଇଛି ସମ୍ମାନିତ । ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ସଫଳ ବ୍ୟକ୍ତିଙ୍କୁ ଦିଆଯାଇଛି ଭାରତ ସମ୍ମାନ ।

ଏହି ଅବସରରେ ଭାରତ ଗୌରବ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଡାକ୍ତର ଜୟନ୍ତ ପଣ୍ଡାଙ୍କୁ ସେବା ଭାରତ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି କ୍ରୀଡା ଭାରତ ଓ ବିଦ୍ୟାଭାରତ ସମ୍ମାନରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗ ଦେଇଥିବା ବେଳେ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ଦେବୀ ମିଶ୍ର ସମ୍ମାନିତ ଅତିଥି ଭାବେ ସାମିଲ ହୋଇଥିଲେ ।